ପୁଣି ବିବାଦରେ ‘୨.୦’

ଗୋଟିଏ ପଟେ ଦର୍ଶକ ଉତ୍କଷ୍ଠାର ସହ ଅପେକ୍ଷା କରିଥିବାବେଳେ ଅନ୍ୟପଟେ ଆଉ ଏକ ନୂଆ ବିବାଦର ବଶବର୍ତ୍ତୀ ହୋଇଛି ଫିଲ୍ମ ‘୨.୦’ । ରିଲିଜ୍‌ ହେବା ସମୟରେ ହିଁ ବିବାଦର କଳା ବାଦଲ ଫିଲ୍ମକୁ ଗ୍ରାସ କରିଛି । ମିଡିଆ ରିପୋର୍ଟ ମୁତାବକ ସାଉଥ୍‌ ସୁପରଷ୍ଟାର୍‌ ରଜନୀକାନ୍ତ ଅଭିନୀତ ବିଗ୍‌ବଜେଟ୍‌ ଫିଲ୍ମ ‘୨.୦’ର ନିର୍ମାତଙ୍କ ବିରୋଧରେ ମୋବାଇଲ୍‌ ଫୋନ୍‌, ଟାୱାର୍‌ ସେବା ପ୍ରତି ସମ୍ବେଦନଶୀଳ ଏବଂ ବିରୋଧୀ ବୈଜ୍ଞାନିକ ଦୃଷ୍ଟିକୋଣକୁ ବିକାଶ କରୁଥିବା ନେଇ ସେଲୁ୍ୟଲର୍‌ ଆପେରେଟର୍ସ ଏସୋସିଏସନ୍‌ ଅଫ୍‌ ଇଣ୍ଡିଆ ଅଭିଯୋଗ ଆଣିଛି । ଫିଲ୍ମରେ ଅଭିନେତା ଅକ୍ଷୟ ଜଣେ ଆର୍ନିଥୋଜିଷ୍ଟ ଅର୍ଥାତ୍‌ ପକ୍ଷୀମାନଙ୍କ ବୈଜ୍ଞାନିକ ଭୂମିକାରେ ନଜର ଆସିବେ ଯିଏ ପକ୍ଷୀପଶୁଙ୍କ ପାଇଁ ମୋବାଇଲ୍‌ ଫୋନ ହାନୀକାରକ ବାତାବରଣ ସୃଷ୍ଟି କରେ ବୋଲି କହିଛନ୍ତି । ଯେଉଁଥିପାଇଁ ମୋବାଇଲ୍‌ ବ୍ୟବହାରକାରୀଙ୍କୁ ଦାୟୀ କରିଛନ୍ତି । କିନ୍ତୁ ସେଣ୍ଟ୍ରାଲ୍‌ ବୋର୍ଡ ଅଫ୍‌ ଫିଲ୍ମ ସର୍ଟିଫିକେସନ୍‌ ଏବଂ ସୂଚନା ଏବଂ ପ୍ରସାରଣ ମନ୍ତ୍ରଳାୟକୁ ପଠାଯାଇଥିବା ଅଭିଯୋଗ ପତ୍ର ମୁତାବକ ପଶୁ, ପକ୍ଷୀ ଏବଂ ମନୁଷ୍ୟ ସମେତ ବାତାବରଣ ପାଇଁ ମୋବାଇଲ୍‌ ଫୋନ୍‌ ହାନୀକାରଣ ନୂହେ:ଁ ବୋଲି ଚିତ୍ରଣ କରାଯାଇଛି । ପତ୍ରରେ ତତ୍‌କାଳ ରାୟ ସହ ଭିଡ଼ିଓ ଏବଂ ଟିଜର୍‌କୁ ରଦ୍ଦ କରିବା ପାଇଁ ଆସୋସିଏସନ୍‌ ଅନୁରୋଧ କରିଛି । କିନ୍ତୁ ବିଶେଷ କଥା ହେଉଛି ଏହି ଫିଲ୍ମ ପାଇଁ ଆଡଭାନ୍ସ ବୁକିଂ ଆରମ୍ଭ ହୋଇଗଲାଣି । ଖାଲି ଏତିକି ନୁହେଁ ରଜନୀକାନ୍ତଙ୍କ ଏହି ଫଲ୍ମକୁ ଦେଖିବା ପାଇଁ ବିଦେଶରୁ ଅନେକ ଲୋକ ଭାରତକୁ ଯାତ୍ରା ମଧ୍ୟ ଆରମ୍ଭ କରିସାରିଲେଣି । ଯେଉଁଥିପାଇଁ ଏହା ଏକ ସମସ୍ୟା ପାଲଟିଛି ।