ଘରେ ଅନେକ କବାଟ ଏବଂ ଝରକା ରହିଥାଏ କି;ୁ ଘରର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଦ୍ୱାର ହେଉଛି, ପ୍ରବେଶ ଦ୍ୱାର ବା ମୁଖ୍ୟ ଦ୍ୱାର । ଘରର ଏହି ଦ୍ୱାର ଦେଇ ଘର ମଧ୍ୟକୁ ସୁଖ-ଶାନ୍ତି ପ୍ରବେଶ କରିଥାଏ । ସ୍ଥିର ଦିନ ପାଇଁ ଯଦି ସୁଖଶାନ୍ତି ଆଣିବାକୁ ଚାହାନ୍ତି ତେବେ କିଛି ନିୟମ ପ୍ରତି ଗୁରୁତ୍ୱ ଦିଅ;ୁ । ଘରର ସର୍ବଦା ପ୍ରବେଶ ଦ୍ୱାର ଗୋଟିଏ ହିଁ ହେବା ଆବଶ୍ୟକ । ଯଦି ଅନ୍ୟ ବାଟ ଥାଏ ତେବେ ତାକୁ ବନ୍ଦ କର;ୁ । କାରଣ ଏକାଧିକ ପ୍ରବେଶ ଦ୍ୱାର ରହିବା ଦ୍ୱାରା ଘର ମଧ୍ୟକୁ ନକାରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
-ପ୍ରବେଶ ଦ୍ୱାର ଖୋଲିବା ବେଳେ ଯେମିତି ସେଥିରୁ କୌଣସି ବିକଟାଳ ଶବ୍ଦ ନ ବାହାରେ ସେଥିପ୍ରତି ଧ୍ୟାନ ଦିଅ;ୁ । ଯଦି ସେଭଳି ଶବ୍ଦ ବାହାରୁଥାଏ ତେବେ ଘରେ ଆର୍ଥିକ ସମସ୍ୟା ଦେଖାଯିବାର ଆଶଙ୍କା ଅଧିକ ରହିଥାଏ ।
-ଘରର ପ୍ରବେଶ ଦ୍ୱାର ଘର ଭିତରକୁ ଖୋଲିବା ଭଲ ।
-ପ୍ରବେଶ ଦ୍ୱାର ସମ୍ମୁଖରେ ଭଗବାନ ଗଣେଶଙ୍କର କୌଣସି ପ୍ରତିମା ବା ମୂର୍ତ୍ତି ରଖିବା ଶୁଭ । ଏହାଦ୍ୱାରା ଘର ଭିତରକୁ ପ୍ରବେଶ କରିବାକୁ ଚାହୁଁଥିବା ନକାରାତ୍ମକ ଶକ୍ତି ଗୁଡ଼ିକ ସହଜରେ ପ୍ରବେଶ କରିପାରନ୍ତି ନାହିଁ ।
-ସବୁଠୁ ବଡ଼ କଥା ହେଲା ପ୍ରବେଶ ଦ୍ୱାରଟି ସର୍ବଦା ପରିଷ୍କାର ପରିଚ୍ଛନ୍ନ ରହିବା ଉଚିତ । ତାହା ଭଙ୍ଗା ନ ହେବା ଆବଶ୍ୟକ ବା ସେଥିରେ କୌଣସି କଣା ନ ଥିବା ଦରକାର ।
Prev Post
Next Post