ଆଜିକାଲି ଦୈନନ୍ଦିନ ଜୀବନରେ ସମସ୍ତେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବାରେ ଅଭ୍ୟସ୍ତ ହୋଇଗଲେଣି । ଘରେ ଥିଲେ ମଧ୍ୟ ଆମେ ଗ୍ଲାସରେ ନ ପିଇ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇବାକୁ ଭଲ ପାଇଥାଉ । କିନ୍ତୁ ଆପଣ କ’ଣ ଜାଣନ୍ତି ଯେ, ଏହାର ଅନେକ କୁପ୍ରଭାବ ଆମ ଶରୀର ଉପରେ ପଡ଼ୁଛି । ନିକଟରେ ନୁ୍ୟୟର୍କ ବିଶ୍ୱବିଦ୍ୟାଳୟର ଗବେଷକମାନେ ଏହା ଉପରେ ଗବେଷଣା କରି ଜାଣିପାରିଛନ୍ତି ଯେ, ପ୍ଲାଷ୍ଟିକ୍ ବୋତଲରେ ପାଣି ପିଇଲେ ତାହା ଆମର ହର୍ମୋନାଲ୍ ସିଷ୍ଟମ୍ ଉପରେ କୁ-ପ୍ରଭାବ ପକାଇଥାଏ । କାରଣ ପ୍ଲାଷ୍ଟିକ୍ ବୋତଲରେ ହାନିକାରକ ରାସାୟନିକ ପଦାର୍ଥ ରହିଛି । ୫ ହଜାର ଲୋକଙ୍କ ଉପରେ କରାଯାଇଥିବା ଏହି ଗବେଷଣାରୁ ସ୍ପଷ୍ଟ ହୋଇଛି ଯେ, ନିୟମିତଭାବେ ପ୍ଲାଷ୍ଟିକ୍ ବୋତଲରେ ପାଣି ପିଉଥିବା ପୁରୁଷ ଏବଂ ମହିଳା ଶୀଘ୍ର ନପୁଂସକତାର ଶିକାର ହେଇଥାନ୍ତି । ଏହାଫଳରେ ସମ୍ଭୋଗ କରିବାର ଇଚ୍ଛା ମଧ୍ୟ ହ ୍ରାସ ପାଇଥାଏ । ତେଣୁ ପ୍ଲାଷ୍ଟିକ୍ ବୋତଲରେ ପାଣି ନ ପିଇବାକୁ ଏହି ଗବେଷକମାନେ ପରାମର୍ଶ ଦେଇଛନ୍ତି ।