ବାଚସ୍ପତି ଘୋଷଣା କଲେ ୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ

0

ଭୁବନେଶ୍ୱର,୨୫/୬: ଆଜି ବିଧାନସଭାର ଷୋଡଶ ଅଧିବେଶନ ଆରମ୍ଭ ହୋଇଛି । ରାଜ୍ୟପାଳ ଗଣେଶୀ ଲାଲ ଅଭିଭାଷଣ ଦେଇ ଅଧିବେଶନ ଆରମ୍ଭ କରିଥିଲେ । ଏହା ପରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଏକ ୭ ଜଣିଆ ବିଧାନସଭା ଅଧିଷ୍ଠାତା ମଣ୍ଡଳୀ ଘୋଷଣା କରିଛନ୍ତି ।

ଦେବୀ ମିଶ୍ର, ପ୍ରଫୁଲ୍ଲ ସାମଲ, ଅଶ୍ୱିନୀ ପାତ୍ର, ସ୍ନେହାଙ୍ଗିନୀ ଛୁରିଆ, ପ୍ରଶାନ୍ତ ମୁଦୁଲୀ, ସୁବାସ ପାଣିଗ୍ରାହୀ, ସନ୍ତୋଷ ସିଂ ସାଲୁଜା ଏହି ମଣ୍ଡଳୀରେ ସଦସ୍ୟ ଅଛନ୍ତି । ତେବେ ବାଚସ୍ପତିଙ୍କ ଅନୁପସ୍ଥିତିରେ ଏହି ଅଧିଷ୍ଠାତା ମଣ୍ଡଳୀର ସଦସ୍ୟମାନେ ଗୃହକାର୍ଯ୍ୟ ତୁଲାଇବେ ।

Leave A Reply

Your email address will not be published.