ଛୁଟିରେ ବୁଲିଯିବାକୁ କିଏ ବା ଭଲ ନପାଏ । ଆଉ ଯଦି ସମୁଦ୍ର କୂଳରେ(ସି ବିଚ୍)ରେ ଛୁଟି କଟାଇବାର ଥାଏ । ତେବେ ଜାଣନ୍ତୁ ଛୁଟିର ସୁବିନିଯୋଗ ହୋଇଗଲା । ସମୁଦ୍ର କୂଳରେ ଛୁଟିର ମଜ୍ଜା ନେବାର ଆନନ୍ଦ ନିଆରା । ତେବେ ସମୁଦ୍ର କୂଳରେ ଯଦି ଛୁଟି କଟାଇବାର ଅଛି ତେବେ ଜାଣନ୍ତୁ ସାଙ୍ଗରେ କେଉଁ ସବୁ ଜିନିଷ ନେଇ ଯିବା ଆବଶ୍ୟକ ।
େୱଟ୍ ସୁଟ୍ ବ୍ୟାଗ୍:-
ସମୁଦ୍ରକୁ ଗଲେ ଗାଧୋଇବା ତ ସ୍ଥିର ନିଶ୍ଚିତ ଥାଏ ତେଣୁ ପିନ୍ଧିଥିବା ଓଦା ଡ୍ରେସ୍କୁ ରଖିବା ନିମନ୍ତେ ସେହିଭଳି ବ୍ୟାଗ୍ ମଧ୍ୟ ପାଖରେ ରହିବା ଦରକାର । ତେଣୁ ସାଙ୍ଗରେ େୱଟ୍ ସୁଟ୍ ବ୍ୟାଗ୍ ନେବା ନିହାତି ଦରକାର ।
ଟାେୱଲ୍ କ୍ଲିପ୍:- ସମୁଦ୍ର କୂଳରେ ବୁଲିବା ସମୟରେ କ୍ଷୀପ୍ର ପବନ କାରଣରୁ ଟାେୱଲ ବାରମ୍ବାର ଉଡିଯାଏ କିନ୍ତୁ ସେଥିରେ ପିନ୍ କିମ୍ବା କ୍ଲିପ୍ ବ୍ୟବହାର କରିବା ଦ୍ୱାରା ଏପରି ହୋଇନଥାଏ ।
ବିଚ୍ କାର୍ଟ:-ଛତା, ଚେୟାର୍, ପାଣି ବୋତଲ, ସ୍ଲିପର ଇତ୍ୟାଦି ସାମଗ୍ରୀକୁ ଏକାସହ ଗୋଟିଏ ବ୍ୟାଗରେ ଧରିବାକୁ ବିଚ୍ କାର୍ଟ କୁହାଯାଏ । ତେଣୁ ସାଙ୍ଗରେ ବିଚ୍କାର୍ଟ ନେବା ଆବଶ୍ୟକ ।
ସୋଲାର ପାୱାର ଚାର୍ଜର:-ପାଖରେ ୱାଟରପ୍ରୁଫ୍ ଫୋନ୍ ଓ ଭଲ ବ୍ଲìଟୁଥ୍ ସହ ସ୍ପିକର୍ ରଖିବା ନିହାତି ଆବଶ୍ୟକ । ତେଣୁ ନିଜ ବ୍ୟବହୃତ ସାମଗ୍ରୀର ସୁରକ୍ଷା ପାଇଁ ସୋଲାର ଚାର୍ଜର ବ୍ୟବହାର କରିବା ଜରୁରୀ ହୋଇଥାଏ ।
ଡ୍ରିଙ୍କ୍ ହୋଲïର:- ସମୁଦ୍ରକୂଳକୁ ଯିବା ସମୟରେ ସାଙ୍ଗରେ ଡ୍ରିଙ୍କ୍ ହୋଲïର ନେବା ଆବଶ୍ୟକ । ବାଲି ଉପରେ ବସିବା ସମୟରେ ଡ୍ରିଙ୍କ ହୋଲïରରେ ରଖି ଯେକୌଣସି ପାନୀୟ ଜିନିଷ ବ୍ୟବହାର କରାଯାଇପାରିବ ।
ସନ୍ସ୍କ୍ରିନ୍ ଲୋସନ୍:-ସମୁଦ୍ର କୂଳରେ ଗାଧୋଇବାକୁ ହେଲେ ସାଙ୍ଗରେ ସନ୍ସ୍କିନ୍ ଲୋସନ୍ ନେବା ନିହାତି ଆବଶ୍ୟକ । ଫଳରେ ପାଣି ଜନିତ କୌଣସି ରୋଗ ହୋଇନଥାଏ ।
ବିଚ୍ ସ୍ଲିପର୍:- ସମୁଦ୍ର କୂଳରେ ବୁଲିବା ସମୟରେ ହିଲ୍ସ ପିନ୍ଧିବା ଅନୁଚିତ୍ । ଯେହେତୁ ସମୁଦ୍ର କୂଳ ବାଲିର ମାତ୍ରା ଅଧିକ ଥାଏ । ତେଣୁ ବାଲିରେ ହିଲ୍ସ ପିନ୍ଧି ଚାଲିବା ସମ୍ଭବ ହୋଇନଥାଏ । ସ୍ଲିପର ବ୍ୟବହାର କରିବା ଆରାମଦାୟକ ହୋଇଥାଏ ।
Prev Post
Next Post