ଭୁବନେଶ୍ୱର,୨୫/୩ : ଆଜି ବିଜେପିର ତୃତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା ହୋଇଛି । ୨ଟି ଲୋକସଭା ଓ ୯ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି । ଦୀର୍ଘ ୧୦ ବର୍ଷ ପରେ ଦଳକୁ ଫେରିଥିବା ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ସଭାପତି ମହାମେଘବାହାନ ଐର ଖାରବେଳ ସ୍ୱାଇଁଙ୍କୁ କନ୍ଧମାଳ ଲୋକସଭା ଆସନ ଟିକେଟ୍ ମିଳିଛି । ସେହିପରି ରବିବାର ପ୍ରଶାସକକୁ ରାଜନୀତିକୁ ପାଦ ଦେଇଥିବର ପୂର୍ବତନ ପୋଲିସ ଡିଜି ପ୍ରକାଶ ମିଶ୍ର କଟକ ଲୋକସଭା ଆସନରୁ ଲଢ଼ିବେ ।
ଲୋକସଭା ଆସନ : କନ୍ଧମାଳ- ମହାମେଘବାହାନ ଐର ଖାରବେଳ ସ୍ୱାଇଁ ଏବଂ କଟକ- ପ୍ରକାଶ ମିଶ୍ର
ବିଧାନସଭା ଆସନ : ଝାରସୁଗୁଡ଼ା- ଦିନେଶ ଜୈନ ,ରେଢ଼ାଖୋଲ- ଦେବେନ୍ଦ୍ର ମହାପାତ୍ର ,ଭଣ୍ଡାରୀପୋଖରୀ- ବଦ୍ରି ନାରାୟଣ ଧଳ ,ଭଦ୍ରକ- ପ୍ରଦୀପ ନାୟକ, ଫୁଲବାଣୀ- ଦେବ ନାରାୟଣ ପ୍ରଧାନ ,ପାରାଦ୍ୱୀପ- ସମ୍ପଦ ସ୍ୱାଇଁ ,ଜୟଦେବ- ନରେନ୍ଦ୍ର ନାଏକ ,ଜଟଣୀ- ବିଶ୍ୱରଞ୍ଜନ ବଡ଼ଜେନା ,ବେଗୁନିଆ- ଋଷଭ ନନ୍ଦ