ତ୍ୱଚାରେ ଦାଗ ହେବା ଏକ ସାଧାରଣ ସମସ୍ୟା କିନ୍ତୁ ଏ ସାଧାରଣ ସମସ୍ୟା ଆପଣମାନଙ୍କ ଶରୀରର ସୌନ୍ଦର୍ଯ୍ୟକୁ କ୍ଷତି ପହଞ୍ଚାଏ । ତେବେ ଶରୀରର ଏ ସାମାନ୍ୟ ଦାଗ ଆପଣଙ୍କ ସୁନ୍ଦର ଶରୀରକୁ ବିବର୍ଣ୍ଣ କରିଦିଏ । ହାଇ-ପିଗ୍ମେଣ୍ଟେସନ୍ ଦ୍ୱାରା ଆପଣମାନଙ୍କ ଆଙ୍ଗୁଳି ଗଣ୍ଠି, ଆଣ୍ଠୁ, ଗୋଇଠି ଓ ଶରୀରର ଗଣ୍ଠିମାନଙ୍କରେ ପିଗ୍ମେଣ୍ଟସନ୍ର ପ୍ରତିଫଳନ ଅଧିକମାତ୍ରାରେ ଜଣାପଡେ ଯାହାଫଳରେ ଆପଣମାନଙ୍କ ତ୍ୱଚାର ରଙ୍ଗ ଗୋଟିଏ ପ୍ରକାର ହୋଇଥିଲେ ଗଣ୍ଟି ଆଦିର ରଙ୍ଗ ଭିନ୍ନ ହୋଇଥାଏ । ଏ ପରିପ୍ରେକ୍ଷୀରେ ଆପଣଙ୍କ ଶରୀର ବିବର୍ଣ୍ଣ ଦେଖାଯାଏ । ତେବେ ଚାଲନ୍ତୁ ଜାଣିବା ପ୍ରାକୃତିକ ଉପାୟରେ ଆପଣମାନେ କିପରି ଏହି ସାଧାରଣ ସମସ୍ୟାରୁ ତ୍ରାହି ପାଇପାରିବେ ।
*ବିବର୍ଣ୍ଣ ଗଣ୍ଠିମାନଙ୍କରେ ଥିବା ମୃତ କୋଷୀକାକୁ ହାଟାଇବା ପାଇଁ ଆପଣମାନେ ପ୍ରକୃତିକ ଜିନିଷ(ଲେମ୍ବୁ) ବ୍ୟବହାର କରିପାରିବେ ।
*ଦେହରେ ବଡିଲୋସନ୍ ବା କ୍ରିମ୍ ଲଗେଇାରିବା ପରେ ସନ୍ସ୍କ୍ରିନ୍ ଲଗଇବାକୁ ଜମା ଭୁଲିବେ ନାହିଁ ।
*ବିବର୍ଣ୍ଣ ଅଂଶରେ ପ୍ରାକୃତିକ ତେଲ ଅଲିଭ୍ ଅଏଲ୍, ଆଲମଣ୍ଡ ଅଏଲ୍, କୋକାନଟ୍ ଅଏଲ୍ ଆଦିତେଲକୁ ପ୍ରତିଦିନ ଭଲଭାବେ ମସାଜ୍ କରିବେ ।
*ଧ୍ୟାନ ଦେବେ ଆପଣ ବ୍ୟବହାର କରୁଥିବା କ୍ରିମ୍ ସେ ବିବର୍ଣ୍ଣ ଜାଗାରେ ସକରାତ୍ମକ କାର୍ଯ୍ୟ କରୁଥିବ । ଅର୍ଥାତ ବ୍ୟବହାର କରୁଥିବା କ୍ରିମ୍ ଆପଣଙ୍କ ଦାଗ ହଟାଇବାରେ ସାହାର୍ଯ୍ୟ କରିପାରୁଥିବା ନିହାତି ଦରକାର ।
*ଗଣ୍ଠି ଜାଗା ଗୁହଇକୁ ହାଲୁକା ମସାଜ୍ କରିବେ । ସବୁବେଳେ ସ୍କ୍ରବିଂଠାରୁ ଦୂରରେ ରହିବେ ।
*ପାର୍ଳରରେ ପ୍ରତିସପ୍ତାହରେ ପେଡିକିଓର ଓ ମାନିକିଓର କରନ୍ତୁ । ଉପର ଲିଖିତ ନିୟମର ସଠିକ୍ ପାଳନ କଲେ ଦେଖିବେ ଆପଣଙ୍କ ବିବର୍ଣ୍ଣ ଗଣ୍ଠିର ରଙ୍ଗ ପରିବର୍ତ୍ତିତ ହୋଇ ଆପଣଙ୍କ ତ୍ୱଚାର ରଙ୍ଗ ସହ ସମାନ ହୋଇଯିବ ।
Prev Post
Next Post