ଭୁବନେଶ୍ୱର, ୨୨/୧୨ : କୋଲକାତାରୁ ବେଙ୍ଗାଲୁରୁଯାଉଥିବା ଇଣ୍ଡିଗୋ ବିମାନରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ଘଟିଛି । ସେ ପଶ୍ଚିମବଙ୍ଗ ମାଲଦାରେର ରାଜକୁମାର କର୍ମକାରା ବୋଲି ଜଣା ପଡିଛି । ସୂଚନା ଅନୁଯାୟୀ, ରାଜକୁମାର ଆଜି ଇଣ୍ଡିଗୋ ବିମାନରେ କୋଲକାତାଠାରୁ ବେଙ୍ଗାଲୁରୁ ଅଭିମୁଖେ ଯାତ୍ରା କରୁଥିଲେ । ସେ ହଠାତ୍ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ବିମାନକୁ ଭୁବନେଶ୍ୱର ସ୍ଥିତ ବିଜୁ ପଟ୍ଟନାୟକ ଆନ୍ତର୍ଜାତିକ ବିମାନ ବନ୍ଦରରେ ଜରୁରୀ ଅବତରଣ କରାଯାଇଥିଲା । ଅବତରଣ କରିବା ମାତ୍ରେ ସମ୍ପୃକ୍ତ ବ୍ୟକ୍ତି ଜଣଙ୍କୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇଥିଲା । ତେବେ ଚିକିତ୍ସାଧୀନ ଅବସ୍ଥାରେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି ।