ବିଶ୍ୱକପ୍ ତୃତୀୟ ମ୍ୟାଚ୍ : କୌଣସି ୱିକେଟ ନ ହରାଇ ଶ୍ରୀଲଙ୍କାକୁ ପରାସ୍ତ କଲା ନ୍ୟୁଜିଲାଣ୍ଡ

0

କାରଡିଫ୍,୧/୬ : ସହଜ ବିଜୟ ସହିତ ନ୍ୟୁଜିଲାଣ୍ଡର ବିଶ୍ୱକପ ଅଭିଯାନ ଆରମ୍ଭ ହୋଇଛି । ବିଶ୍ୱକପର ତୃତୀୟ ମ୍ୟାଚରେ ଦମ୍‌ଦାର ଫର୍ମ ସହିତ ଶ୍ରୀଲଙ୍କାକୁ ୧୦ ୱିକେଟରେ ପରାସ୍ତ କରିଛି ନ୍ୟୁଜିଲାଣ୍ଡ । ଗତକାଲି ପାକିସ୍ତାନ ଦଳ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ଧରାଶାୟୀ ହୋଇଥିବା ବେଳେ ଆଜି ନ୍ୟୁଜିଲାଣ୍ଡ ବିପକ୍ଷରେ ସମାନ ପରିଣାମ ଭୋଗିଛି ଶ୍ରୀଲଙ୍କା । ବିଶ୍ୱକପ ପୂର୍ବୁ ୫୦୦ ରନ ସ୍କୋର ଅନୁମାନ କରାଯାଉଥିବା ବେଳେ ତିନୋଟି ମ୍ୟାରେ ବର୍ତ୍ତମାନ ସୁଦ୍ଧା ସେଭଳି କୌଣସି ସ୍ଥିତି ଦେଖାଯାଇନାହିଁ ।

ଆଜି ଟସ୍ ଜିତି ନ୍ୟୁଜିଲାଣ୍ଡର ଅଧିନାୟକ ୱିଲିମସନ ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ, ଯାହା ଏକ ସଫଳ ନିଷ୍ପତ୍ତି ସାଜିଥିଲା । ପ୍ରଥମେ ବ୍ୟାଟି କରିଥିବା ଶ୍ରୀଲଙ୍କା, ନ୍ୟୁଜିଲାଣ୍ଡର ଘାତକ ବୋଲିଂର ସାମ୍ନା କରିପାରିନଥିଲା । ନ୍ୟୁଜିଲାଣ୍ଡର ଘାତକ ବୋଲିଂ ଓ ଫିଲ୍ଡିଂ ଆଗରେ ଶ୍ରୀଲଙ୍କାର ପୁରା ଟିମ୍ ୧୩୬ ରନରେ ଅଲଆଉଟ୍ ହୋଇଯାଇଛି । ଶ୍ରୀଲଙ୍କା ପକ୍ଷରୁ ଅଧିନାୟକ କରୁଣାରତ୍ନେ ୮୩ଟି ବଲ ଖେଳି ୪ଟି ଚୌକା ସହାୟତାରେ ସର୍ବାଧିକ ୫୨ ରନ କରିଥିଲେ । ନ୍ୟୁଜିଲାଣ୍ଡ ପକ୍ଷରୁ ମ୍ୟାଟ୍ ହେନରୀ ୭ ଓଭର ବୋଲିଂ କରି ୨୯ ରନ ଦେଇ ୩ଟି ୱିକେଟ ହାସଲ କରିଥିବା ବେଳେ ଲକି ଫର୍ଗୁସନ ୬.୨ ଓଭର ବୋଲିଂ କରି ୨୨ ରନ ଦେଇ ୩ଟି ୱିକେଟ ନେଇଥିଲେ ।

୧୩୭ ରନର ବିଜୟଲକ୍ଷ୍ୟକୁ ଅତି ସହଜରେ ୧୬.୧ ଓଭରରେ ସମୟରେ କୌଣସି ୱିକେଟ ନହରାଇ ହାସଲ କରିଛି ନ୍ୟୁଜିଲାଣ୍ଡ । ତେବେ ନ୍ୟୁଜିଲାଣ୍ଡର ଦୁଇ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ ଅର୍ଦ୍ଧଶତକ ହାସଲ କରି ଦଳକୁ ବିଜୟୀ କରିଥିଲେ । ମାର୍ଟିନ ଗୁପଟିଲ ଗୁପଟିଲ ୫୧ଟି ବଲରୁ ୨ଟି ଛକା ଓ ୮ଟି ଚୌକା ସହାୟତାରେ ୭୩ ରନ କରିଥିବା ବେଳେ କୋଲିନ୍ ମୁନରୋ ୪୭ଟି ବଲରୁ ଗୋଟିଏ ଛକା ଓ ୬ଟି ଚୌକା ସହାୟତାରେ ୫୮ ରନ କରିଥିଲେ ।

Leave A Reply

Your email address will not be published.