ବିଶ୍ୱ ଘରଚଟିଆ ଦିବସ

0

ଦିନଥିଲା ଏହି ଛୋଟିଆ ପକ୍ଷୀଟିକୁ ଗାଁ, ସହରର, ପ୍ରତ୍ୟେକ ଗଳିକନ୍ଦିରେ ଦେଖିବାକୁ ମିଳୁଥିଲା । ଏମାନଙ୍କ କିଚିରି ମିଚିରି ଶଦ୍ଦ ଆମକୁ ଅପୂର୍ବ ଆନନ୍ଦ ଦେଇଥାଏ । କି;ୁ ଏବେ ଖୁବ୍‌ କମ୍‌ ସ୍ଥାନରେ ଘରଚଟିଆଙ୍କୁ ଦେଖିବାକୁ ମିଳୁଛି । ଏମାନଙ୍କ ବଂଶ ରକ୍ଷ ଦିଗରେ ପ୍ରତ୍ୟେକ ମଣିଷ ସଚେତନ ହେବା ନିହାତି ଜରୁରୀ ବୋଲି ଅବଗତ କରାଇବା ଲକ୍ଷ୍ୟରେ ପ୍ରତିବର୍ଷ ମାର୍ଚ୍ଚ ୨୦ତାରିଖରେ ବିଶ୍ୱ ଘରଚଟିଆ ଦିବସ ପାଳନ କରାଯାଉଛି । ଭାରତର ନେଚର ଫର୍‌ଏଭର୍‌ ସୋସାଇଟି ଏବଂ ଫ୍ରାନ୍ସର ଭକୋ ସିଷ୍ଟମ୍‌ ଆକ୍ସନ୍‌ ତଥା ବିଶ୍ୱର ଅନେକ ପ୍ରତିଷ୍ଠିତ ଅନୁଷ୍ଠାନର ମିଳିତ ଆନୁକୁଲ୍ୟରେ ଏହି ଦିବସ ପାଳନ କରାଯିବାକୁ ନିଷ୍ପତ୍ତି କରାଯାଇଥିଲା। ଏହି ଦିନରେ ଘରଚଟିଆ ବଂଶରକ୍ଷା ଉଦ୍ଦେଶ୍ୟରେ ବିଭିନ୍ନ ସ୍ଥାନରେ ସଚେତନ ଅଭିଯାନ ତଥା ପ୍ରତିଯୋଗିତାମୂଳକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥାଏ । ପକ୍ଷୀ ବିଶେଷଜ୍ଞଙ୍କ ମତରେ କିଛି ବର୍ଷ ମଧ୍ୟରେ ଘରଚଟିଆ ବଂଶ ୬୦ରୁ ୮୦ପ୍ରତିଶତଃ ପର୍ଯ୍ୟନ୍ତ କମିଛି । ଏବେଠୁ ଏମାନଙ୍କ ସଂରକ୍ଷଣ ପାଇଁ ଉଚିତ୍‌ ପଦକ୍ଷେପ ନ ନିଆଗଲେ ଦିନ ଆସିବ ଘରଚଟିଆ ଇତିହାସ ହୋଇଯିବେ ।

SBI AD
Leave A Reply

Your email address will not be published.