ଭୁବନେଶ୍ୱର, ୧୮/୧୧: ଓଡିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ସ୍ୱର୍ଗତ ଜାନକୀବଲ୍ଲଭ ପଟ୍ଟନାୟକଙ୍କ ପୁତ୍ର ପୃଥ୍ୱୀବଲ୍ଲଭ ପଟ୍ଟନାୟକ ନିର୍ବାଚନରେ ଲଢିବା ପାଇଁ ସଙ୍କେତ ଦେଇଛନ୍ତି । ସିଧାସଳଖ ନହେଲେ ବି ପରୋକ୍ଷରେ ସେ ଏନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଲଢନ୍ତି ତେବେ ବେଗୁନିଆରୁ ଲଢିବେ । କିନ୍ତୁ କଂଗ୍ରେସରୁ ଲଢିବେ ନା ନାହିଁ କିଛି ନିଷ୍ପତି ହୋଇ ନାହିଁ । କଂଗ୍ରେସ କର୍ତୃପକ୍ଷ ତାଙ୍କୁ କିଛି କହି ନାହାନ୍ତି । ତେବେ ପୃଥ୍ୱୀଙ୍କ ରାଜନୀତିରେ ପ୍ରବେଶକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ତାଙ୍କୁ ପୃଥ୍ୱୀ କିଛି କହି ନଥିବା ଏବଂ ସେ ନିଜେ ଏ ସମ୍ବନ୍ଧରେ କିଛି ଜାଣିନଥିବା ପ୍ରକାଶ କରିଛନ୍ତି ।