ଭୁବନେଶ୍ୱର, ୨୫/୦୮ : ବାଲେଶ୍ୱରରେ ଧଳାଜହର କାରବାର ଉପରେ ବଡ଼ ଆକ୍ସନ । ୧୮ ଲକ୍ଷ ଟଙ୍କାର ଧଳାଜହର ଜବତ କରିଛି ଅବକାରୀ ବିଭାଗ । ଏହି ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରାଯାଇଛି । ବାଲେଶ୍ୱର ଜିଲ୍ଲା ନୀଳଗିରି ଦକ୍ଷିଣ ନରସିଂହପୁର ଗାଁରେ ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ କରାଯାଇଥିଲା। ଚଢ଼ାଉ ବେଳେ ୧୮୦ ଗ୍ରାମ ଧଳାଜହର ଜବତ ହୋଇଛି । ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୧୮ ଲକ୍ଷ ଟଙ୍କା ବୋଲି ଜଣାପଡ଼ିଛି । ଏହି ଘଟଣାରେ ମିନତୀ ମଲିକ ନାମକ ଜଣେ ମହିଳାଙ୍କୁ ଅବକାରୀ ବିଭାଗ ଗିରଫ କରିଛି । ତେବେ ଚଢ଼ାଉ ସମୟରେ ଅନ୍ୟ କିଛି ଅଭିଯୁକ୍ତ ଘଟଣାସ୍ଥଳରୁ ଖସି ପଳାଇଥିବା ଜଣାପଡ଼ିଛି । ସେମାନଙ୍କୁ ଧରିବା ପାଇଁ ଅବକାରୀ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି ।