ରିଲିଜ ହୋଇ ଯାଉଛି ମଲଫି ଷ୍ଟାରର ଫିଲ୍ମ ଟୋଟାଲ ଧମାଲ । ଏହା ଧମାଲ ଫିଲ୍ମର ତୃତୀୟ ସଂସ୍କରଣ ଅଟେ । ଫିଲ୍ମରେ ଅଜୟ ଦେବଗନ, ମାଧୁରୀ ଦିକ୍ଷୀତ, ଅନୀଲ କପୁର, ଜାବେଦ ଜାଫରୀ, ଅରଶଦ ବାରସୀ, ରିତେଶ ଦେଶମୁଖ ଓ ଜନୀ ଲିବର ଅଭିନୟ କରିଛନ୍ତି । ଧମାଲର ଏହି ତୃତୀୟ ସଂସ୍କରଣରେ ମାଧୁରୀ ଓ ଅନୀଲ ନୂଆ କରି ଫିଲ୍ମର ଅଂଶ ପାଲଟିଥିବାବେଳେ ଅଜୟ ଓ ଅନୀଲଙ୍କୁ ପ୍ରଥମ କରି ବଡ଼ ପରଦାରେ ଏକାଠି ଦେଖିପାରିବେ ଦର୍ଶକ । ପାଖାପାଖି ୧୭ ବର୍ଷ ପରେ ଧକ୍ଧକ୍ ଗର୍ଲ ପୁଣି ଫିଲ୍ମ ଇଣ୍ଡଷ୍ଟ୍ରୀକୁ ରିଟର୍ଣ୍ଣ କରିଛନ୍ତି ।
ଫିଲ୍ମରେ ଗୁzୁ, ପିଣ୍ଟୁ ଓ ଜୋନୀ ତିନିସାଙ୍ଗ ସବୁବେଳେ ଏକାଠି ଦିନରାତି ଖାଲି ଇଆଡ଼େ ସିଆଡ଼େ ବୁଲନ୍ତି । ହଠାତ୍ ଗୋଟିଏ ଦିନ ପିଣ୍ଟୁ ହାତରେ ଲାଗିଯାଏ ଏକ କୋଟି ଟଙ୍କା । ସେ ଏ ବିଷୟରେ ଗୁzୁ ଓ ଜୋନୀଙ୍କୁ କିଛି ନ ଜଣାଇ ସେହି ଟଙ୍କାକୁ ନେଇ କୌଣସି ଆଡ଼େ ଚାଲିଯାଏ । କିଛିଦିନ ପରେ ଗୁzୁ ଓ ଜୋନୀ ପିଣ୍ଟୁକୁ ଖୋଜି ପାଇଯାନ୍ତି କିନ୍ତୁ ତା’ ପାଖରେ ଥିବା ଟଙ୍କାକୁ ଖୋଜିବାରେ ଫେଲ୍ ମାରିଯାନ୍ତି ସେମାନେ । ଆଉ ଯାହା ପରେ ଗୁzୁ, ଜୋନୀଙ୍କ ସମେତ ଅଭିନାଶ, ବିନ୍ଦୁ, ଲଲ୍ଲନ, ଝିଙ୍ଗୁର ସବୁ ଟଙ୍କାର ଅନୁସନ୍ଧାନରେ ଲାଗିପଡ଼ନ୍ତି । ତେବେ ଆପଣ ଯଦି ଜାଣିବାକୁ ଚାହାନ୍ତି କି ଶେଷରେ ସେ ଟଙ୍କା କାହା ଭାଗ୍ୟରେ ପଡୁଛି? ସେଥିପାଇଁ ଆପଣଙ୍କୁ ଯିବାକୁ ପଡ଼ିବ ସିନେମା ଘର । ଫିଲ୍ମରେ ଅଜୟ ଦେବଗନଙ୍କ ଚରିତ୍ର ପୂର୍ବ ଧମାଲ ଫିଲ୍ମର ସଂଜୟ ଦତ୍ତଙ୍କୁ ମନେପକାଇ ଦେଉଛି । ଫିଲ୍ମର ଆଇଟମ୍ ଗୀତ ‘ମୁଙ୍ଗଡ଼ା’ରେ ଝୁମିଛନ୍ତି ସୋନାକ୍ଷୀ ସିହ୍ନା ଯାହାକୁ ଦର୍ଶକ ବେଶ୍ ପସନ୍ଦ କରିଛନ୍ତି । ଫିଲ୍ମର ଟ୍ରେଲର ରିଲିଜ ହେବା ପରଠାରୁ ଏହାର କ୍ରେଜ୍ ସୋସାଲ ମିଡ଼ିଆରେ ଛାଇ ଯାଇଛି । ଇନ୍ଦର କୁମାର ଫିଲ୍ମର ନିର୍ଦ୍ଦେଶନା ଦେଇଥିବାବେଳେ ଫିଲ୍ମକୁ ସୂରୀଲା କରିଛନ୍ତି ଗୌରବ-ରୋଶୀନ । ୧୨୭ ମିନିଟ୍ର ଏହି କମେଡ଼ି ଫିଲ୍ମକୁ ଭରପୁର ଉପଭୋଗ କରିବା ସହ ପ୍ରଥମ ଦିନରେ ଫିଲ୍ମଟି ୧୫ କୋଟି ଟଙ୍କାର ବ୍ୟବସାୟ କରିବ ବୋଲି ଆଶା ରଖିଛନ୍ତି ଫିଲ୍ମ ନିର୍ମାତା । ସୂଚନା ଅନୁସାରେ ଫିଲ୍ମଟିର ବଜେଟ୍ ରହିଛି ୧୦୦ କୋଟି ଟଙ୍କା ।
Prev Post
Next Post