ଭୁବନେଶ୍ୱର,୧୬/୪: ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଜାରି ରହିଥିବା ବେଳେ ମଙ୍ଗଳବାର ଭୁବନେଶ୍ୱର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି। ଭୁବନେଶ୍ୱରର ତାପମାତ୍ରା ୪୩.୭ଂ ସେଲସିୟସ୍ ରେକର୍ଡ କରାଯାଇଛି। ଏଥିସହ ୪୦ଡିଗ୍ରୀ ଉପରେ ରହିଛି ୮ ସହର। ତାଳଚେର-୪୩.୩, ଅନୁଗୋଳ-୪୨.୭, ଚାନ୍ଦବାଲି-୪୦.୫, ଝାରସୁଗୁଡ଼ା-୪୦, କଟକ-୪୧.୧, ମାଲକାନଗିରିର ତାପମାତ୍ରା ୪୦.୮ ଡିଗ୍ରୀ ସେଲସିୟସ୍ ରହିଛି।
ପ୍ରକାଶଯୋଗ୍ୟ, ପ୍ରବଳ ଖରାକୁ ଦୃଷ୍ଟିରେ ରଖି ରାଜ୍ୟର ସମସ୍ତ ସ୍କୁଲକୁ ଆଗୁଆ ଗ୍ରୀଷ୍ମକାଳୀନ ଛୁଟି ଘୋଷଣା କରାଯାଇଛି। ଏପ୍ରିଲ ୧୮ରୁ ସମସ୍ତ ସରକାରୀ ଓ ବେସରକାରୀ ସ୍କୁଲ ବନ୍ଦ ରଖିବାକୁ ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି।