ନୂଆଦିଲ୍ଲୀ, ୧୯/୧୨ : ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ୍ ମହାକେଶ କେନ୍ଦ୍ରରୁ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ଇସ୍ରୋ ପକ୍ଷରୁ ଆଜି ଅପରାହ୍ନ ୪ଟା ୧୦ ମିନିଟରେ ଭାରତର ଅତ୍ୟାଧୁନିକ ସାମରିକ ଉପଗ୍ରହ ଜିସ୍ୟାଟ୍-୭ଏକୁ ମହାକାଶକୁ ଉତକ୍ଷେପଣ କରାଯାଇଛି । ଏହି ଉପଗ୍ରହଟି ଇସ୍ରୋର ୩୫ତମ ଯୋଗାଯୋଗ ଉପଗ୍ରହ ହୋଇଥିବାବେଳେ ଏହାକୁ ସ୍ୱ୍ୱତନ୍ତ୍ରଭାବେ ଭାରତୀୟ ବାୟୁସେନା ପାଇଁ ନିର୍ମାଣ କରାଯାଇଛି । ଏହାର ବିଶେଷତ୍ୱ ହେଉଛି ଏହା ବାୟୁସେନାର ବିଭିନ୍ନ ବିମାନଘାଟି, ରାଡାର ଷ୍ଟେସନ ଓ ଏୟାରବର୍ନ ୱାର୍ଣ୍ଣିଂ ସିଷ୍ଟମ ସହିତ ଯୋଗାଯୋଗ ରକ୍ଷା କରିବ । ମୁଖ୍ୟତଃ ଏହା ବାୟୁସେନାର ଯୋଗାଯୋଗ କ୍ଷମତାକୁ ବୃଦ୍ଧି କରିବ ଓ ଯୁଦ୍ଧ ସମୟରେ ଏହା ବେଶ ଉପଯୋଗୀ ହୋଇପାରିବ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ଭାରତର ଲଢୁଆ ଡ୍ରୋନ ପରିଚାଳନାରେ ବେଶ ଉପଯୋଗୀ ହୋଇପାରିବ ।