ମାଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ , ମାର୍ଚ୍ଚ ୮ରେ ଶେଷ

0

ଭୁବନେଶ୍ୱର,୧୪/୧୨: ଚଳିତ ବର୍ଷ ମାଟ୍ରିକ ପରୀକ୍ଷା ଫେବୃଆରୀ ୨୨ରୁ ଆରମ୍ଭ ହେବ। ଏ ନେଇ ଶୁକ୍ରବାର ମାଧ୍ୟମିକ ଶିକ୍ଷା ବୋର୍ଡ ପକ୍ଷରୁ ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି। ଏହା ଫେବୃଆରୀ ୨୨ରୁ ଆରମ୍ଭ ହୋଇ ମାର୍ଚ୍ଚ ୮ ରେ ଶେଷ ହେବ ବେଲି କୁହାଯାଇଛି। ୨୨ରେ ପ୍ରଥମ ଭାଷା ଓଡ଼ିଆ ପରୀକ୍ଷା ହେବାକୁ ଥିବା ବେଳେ ୨୫ରେ ଇଂରାଜୀ ପରୀକ୍ଷା ହେବ। ୩ୟ ଭାଷା ହିନ୍ଦୀ/ ସଂସ୍କୃତ ଅଲଗା ଅଲଗା ଦିନରେ ହେବ ବୋଲି ଜଣାପଡିଛି। ସେହିପରି ୨୭ରେ ହିନ୍ଦୀ ଓ ୨୮ରେ ସଂସ୍କୃତ ପରୀକ୍ଷା ହେବ। ଅନୁରୂପ ଭାବେ ମାର୍ଚ୍ଚ ୨ରେ ଗଣିତ, ୬ରେ ସାଧାରଣ ବିଜ୍ଞାନ, ୮ ରେ ସାମାଜିକ ବିଜ୍ଞାନ ପରୀକ୍ଷା କରାଯିବ।

Leave A Reply

Your email address will not be published.