ନୂଆଦିଲ୍ଳୀ,୪/୧୨: ପ୍ରାପ୍ତ ବୟସ୍କ ଭାରତୀୟଙ୍କ ପାଇଁ ପାନ କାର୍ଡ଼ ଏକ ମହତ୍ୱପୂର୍ଣ୍ଣ ଦସ୍ତାବିଜ ଅଟେ। ଏହାକୁ ବନେଇବା ଅତିଶୀଘ୍ର ସହଜ ହୋଇଯିବ । ଏଣିକି ପାନ କାର୍ଡ଼ ବନେଇବାକୁ ଆଉ ଲୋକଙ୍କୁ ଅପେକ୍ଷା କରିବାକୁ ପଡ଼ିବନି ଏହା କେବଳ ୪ ଘଣ୍ଟାରେ ତିଆରି କରି ହେବ। ଭାରତୀୟ କେନ୍ଦ୍ରୀୟ ପ୍ରତ୍ୟକ୍ଷ କର ବୋର୍ଡ଼ର ଚେୟାରମ୍ୟାନ ସୁସିଲ ଚନ୍ଦାଙ୍କ କହିବା ଅନୁଯାୟୀ ଆୟକର ବିଭାଗ କେବଳ ଚାରି ଘଣ୍ଟାରେ ପାନ କାର୍ଡ଼ ଉପଲବ୍ଧ କରିବା ଉପରେ କାର୍ଯ୍ୟ କରୁଛନ୍ତି ।
ମଙ୍ଗଳବାର ସେ କହିଛନ୍ତି ଯେ, “ସିବିଡ଼ିଟି ଖୁବ ଶୀଘ୍ର ଚାରି ଘଣ୍ଟା ମଧ୍ୟରେ ଇ ପାନ କାର୍ଡ଼ ଦେବାର ସୁବିଧା କରୁଛି। ଏକ ବର୍ଷ ମଧ୍ୟରେ କିମ୍ବା କିଛି ସମୟ ପରେ ବିଭାଗ ଲୋକଙ୍କୁ ଚାରି ଘଣ୍ଟାରେ ପାନ କାର୍ଡ଼ ଦେବା ଆରମ୍ଭ କରିଦେବ। ଏଥିପାଇଁ ଆପଣଙ୍କୁ ଆଧାର କାର୍ଡ ଦେବାକୁ ପଡ଼ିବ ଓ ଚାରି ଘଣ୍ଟାରେ ଆପଣ ପାନ କାର୍ଡ ପାଇଯିବେ।”
୨୦୧୭ ରେ ସିବିଡ଼ିଟି ଇ ପାନ କାର୍ଡ଼ ର ସୁବିଧା ଆରମ୍ଭ କରିଥିଲା। ଏହା ଦ୍ୱାରା ଆବେଦନକାରଙ୍କୁ ପାନ କାର୍ଡ଼ର ସଫ୍ଟ କପି ପିଡ଼ିଏଫ ମାଧ୍ୟମରେ ପଠାଯାଉଛି।। ଆବେଦନକାରୀ ନିଜ ଇ ମେଲରୁ ଡାଉନଲୋଡ଼ କରି ପାନ କାର୍ଡ଼ ଉପଯୋଗ କରିପାରିବେ ।