ମାତ୍ର ୨ ଘଣ୍ଟାରେ ଯାଞ୍ଚ ହୋଇପାରିବ କରୋନା ପରୀକ୍ଷା

ନୂଆଦିଲ୍ଲୀ,୧୮ /୪: କେନ୍ଦ୍ରୀୟ ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ହର୍ଷବର୍ଦ୍ଧନ ଶୁକ୍ରବାର କହିଛନ୍ତି କେରଳର ତିରୁଅନନ୍ତପୁରମସ୍ଥିତ ଶ୍ରୀ ଚିତ୍ରା ତିରୁମାଲା ଆର‌୍ୟୁବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତିଷ୍ଠାନ କମ ଖର୍ଚ୍ଚରେ ଏଭଳି ଏକ କିଟ ପ୍ରସ୍ତୁତ କରିଛି, ଯାହାକି ଅଳ୍ପ ସମୟ ମଧ୍ୟ ରିପୋର୍ଟ ଦେଇପାରିବ । ବର୍ତ୍ତମାନ ପରିପ୍ରେକ୍ଷୀରେ କରୋନା ଟେଷ୍ଟିଂ ୨ ଦିନ ଲାଗୁଥିବା ବେଳେ ନୂତନ ବିକଶିତ କଟି ଦ୍ୱାରା ମାତ୍ର ୨ ଘଣ୍ଟା ସମୟ ଲାଗିବ ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ହର୍ଷବର୍ଦ୍ଧନ ଟୁଇଟ କରି କହିଛନ୍ତି, ତିରୁଅନନ୍ତପୁରର ଶିକ୍ଷାନୁଷ୍ଠାନ ଦ୍ୱାରା ବିକଶିତ କରାଯାଇଥିବା କଟ ୧୦ ମିନିଟରେ କରୋନା ଭାଇରସ ସଂକ୍ରମଣ ଠିକଣା ଲଗାଇପାରିବ ଏବଂ ନମୁନା ନେବାଠାରୁ ଫଳାଫଳ ଆସିବା ଯାଏଁ ୨ ଘଣ୍ଟାରୁ କମ ସମୟ ଲାଗିବ । ଗୋଟିଏ ମେସିନରେ ଏକକାଳୀନ ୩୦ଟି ନମୁନା ପରୀକ୍ଷା ହୋଇପାରିବ ।

ଏହି କିଟ ଭାଇରାଲ ନ୍ୟୁକ୍ଲିକ ଏସିଡର ବ୍ୟବହାର କରି ସାର୍ସ-ସିଓଭି-୨ର ଏନ ଜିନକୁ ଚିହ୍ନଟ କରିଥାଏ । ଏହା ବିଶ୍ୱର ନିଜସ୍ୱ ଶୈଳୀରେ ପ୍ରଥମ କିଟ ନ ହେଉ, କିନ୍ତୁ ଏକ ଭିନ୍ନ ପ୍ରକାରର କିଟ ହୋଇପାରିଛି । ଏହି ଯାଞ୍ଚ କିଟର ନାମ ଚିତ୍ରା ଜିନ ଲ୍ୟାମ୍ପ-ଏନ ରଖାଯାଇଛି ।

ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ବିଭାଗ କହିଛି ଯେ, ଅଲାପୁଝାସ୍ଥିତ ରାଷ୍ଟ୍ରୀୟ ଭୂତାଣୁ ବିଜ୍ଞାନ ପ୍ରତିଷ୍ଠାନରେ କରାଯାଇଥିବା ପରୀକ୍ଷଣରେ ଏହା ପ୍ରଦର୍ଶିତ ହୋଇଛି ଯେ, ଯାଞ୍ଚ କିଟ ଆରଟି-ପିସିଆରର ବ୍ୟବହାର କରି ଯାଞ୍ଚର ଫଳାଫଳ ଭାବେ ଶତ ପ୍ରତିଶତ ସମାନ ଓ ସଠିକ ଫଳାଫଳ ଦେଇଥାଏ । ଏହି କିଟକୁ ଏଭଳି ଏକ ସମୟରେ ବିକଶିତ କରାଯାଇଛି, ଯେଉଁ ପରିସ୍ଥିତିରେ ଦେଶରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଭାରତ ନମୁନା ପରୀକ୍ଷା ପାଇଁ ଏବେ ବିଦେଶରୁ କିଟ ଆମଦାନୀ କରୁଛି ।