ବାଲେଶ୍ବର,୧୯ /୪ : ବାଲେଶ୍ୱରରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ଜିଲ୍ଲା ପ୍ରଶାସନ ସଂକ୍ରମଣ ରୋକିବାକୁ ତତ୍ପର ହୋଇଉଠିଛି । ବାଲେଶ୍ୱର ନିଳିଆ ବାଗ ଅଂଚଳକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ଘୋଷଣା କରିଛି ଜିଲ୍ଲା ପ୍ରଶାସନ ।
ଗତକାଲି ରାଜ୍ୟରେ ପରୀକ୍ଷା ହୋଇଥିବା ନମୂନା ରେ ବାଲେଶ୍ୱର ନିଳିଆବାଗ ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ଠାରେ କରୋନା ଭୂତାଣୁ ଥିବା ଜଣାପଡିଛି । ସେ ରାଜ୍ୟର ୬୧ ନମ୍ୱର୍ କରୋନା ଆକ୍ରାନ୍ତ । ଏହାପରେ ସଂକ୍ରମଣ ରୋକିବାକୁ ଜିଲ୍ଲା ପ୍ରଶାସନ ଉକ୍ତ ନିଳିଆବାଗ ଅଞ୍ଚଳ କୁ କଣ୍ଟେନମେଣ୍ଟ ବା ନିଷେଧ ଅଞ୍ଚଳ ଭାବେ ଘୋଷଣା କରିଛି । ଅର୍ଥାତ ଏହି ଅଂଚଳକୁ କେହି ପଦାକୁ ଯାଇପାରିବେ ନାହିଁ କିମ୍ବା ବାହାରକୁ କେହି ଆସିପାରିବେ ନାହିଁ ।ଅତ୍ୟାବଶ୍ୟକୀୟ ସାମଗ୍ରୀ ପ୍ରଶାସନ ଯୋଗାଇବ ।
ବାଲେଶ୍ୱରରେ ଚିହ୍ନଟ ହୋଇଥିବା କରୋନା ଆକ୍ରାନ୍ତ ଜଣେ ୫୮ ବର୍ଷୀୟ ବ୍ୟକ୍ତି । ତାଙ୍କର ଗସ୍ତ ବିବରଣୀ ଏଯାଏଁ ଜଣାପଡିନାହିଁ । ସେ କେଉଁଠିକୁ ଯାଇଥିଲେ, କାହା ସହିତ ମିଶିଥିଲେ ଓ ତାଙ୍କର ସଂସ୍ପର୍ଶରେ କେଉଁମାନେ ଆସିଥିଲେ ତାହାର ତନାଘନା ବା ଟ୍ରେସିଂ କରାଯାଉଛି । ସେ ରାଜ୍ୟର ୬୧ ନମ୍ୱର୍ କରୋନା ଆକ୍ରାନ୍ତ ।
ରାଜ୍ୟର ୬୧ ପଜିଟିଭରୁ ମୋଟ୍ ୨୪ ଜଣ ସୁସ୍ଥ ହୋଇଥିବାବେଳେ ୩୬ ସକ୍ରିୟ କେସ୍ ରହିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ଜଣକର ମୃତ୍ୟୁ ହୋଇଛି ।