ଶିତ ଦିନରେ ମୂଳା ସମସ୍ତଙ୍କ ରୋଷେଇ ଘରର ଏକ ଗୁରୁତ୍ୱପୁର୍ଣ୍ଣ ପଦାର୍ଥ ହୋଇଥାଏ । କାହାକୁ ମୂଳା ପରଠା ଭଲ ଲାଗେ ତ କାହାକୁ ମୂଳା ଭଜା । ଅନେକ ଲୋକଙ୍କୁ ମୂଳା ଆଚାର ମଧ୍ୟ ଭଲ ଲାଗିଥାଏ । ତେବେ ଏପରି ଲୋକ ମଧ୍ୟ ମଧ୍ୟ ଥାନ୍ତି ଯିଏ ମୂଳା ଦେଖିବାକୁ ମଧ୍ୟ ପସନ୍ଦ କରନ୍ତି ନାହିଁ । ଯଦି ଆପଣ ମଧ୍ୟ ସେମାନଙ୍କ ମଧ୍ୟରୁ ଗୋଟିଏ ତାହେଲେ ମୂଳାର ସ୍ୱାସ୍ଥ୍ୟଜନିତ ଉପକାରୀତା ସମ୍ବନ୍ଧରେ ଜାଣି ରଖ;ୁ । ଏହାର ଉପକାରୀତା ସମ୍ବନ୍ଧରେ ଥରେ ଜାଣିଲା ପରେ ଆପଣ ଏହାକୁ ନଖାଇ ରହି ପାରିବେ ନାହିଁ ।
– ପୁଷ୍ଟିସାରରେ ଭରପୁର ମୂଳା କିଡନୀକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ । ଏହା ଆମ ଶରୀରରୁ ବିଷାକ୍ତ ପଦାର୍ଥକୁ ବାହାର କରିବାରେ ସାହାଯ୍ୟ କରିଥାଏ । ତେଣୁ ଏହାକୁ ନ୍ୟାଚୁରାଲ କ୍ଲିଞ୍ଜର ବୋଲ ମଧ୍ୟ କୁହାଯାଇଥାଏ । ଏହା ବ୍ୟତିତ ମୂଳା ଆମ ପାକସ୍ଥଳୀକୁ ମଧ୍ୟ ସୁସ୍ଥ ରଖିଥାଏ । ଏଥିରେ ଭରପୁର ମାତ୍ରାରେ ଫାଇବର ଉପସ୍ଥିତ ଥାଏ, ଯାହା କଷ୍ଠକାଠିନ୍ୟ ରୋଗୀଙ୍କ ପାଇଁ ରାମବାଣ ସାବ୍ୟସ୍ତ୍ୟ ହୋଇଥାଏ ।
– ଯଦି ଆପଣଙ୍କୁ ଭୋକ ନଲାଗିବାର ସମସ୍ୟା ଦେଖା ଦେଉଛି, ତ’ ମୂଳା ରସରେ ଅଦା ରସ ମିଶାଇ ପିଅ;ୁ । ଏହା ଦ୍ୱାରା ଭୋକ ବଢିବା ସହ ପେଟ ସମ୍ବନ୍ଧୀୟ ଅନ୍ୟନ୍ୟ ରୋଗ ଦୂର ହୋଇଯିବ ।
– ଉଚ୍ଚ ରକ୍ତଚାପ ଥିବା ବ୍ୟକ୍ତିଙ୍କ ପାଇଁ ମୂଳା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଆଣ୍ଟି-ହାଇପରଟେନସିଭ ଗୁଣରେ ଭରପୁର ମୂଳା ଉଚ୍ଚ ରକ୍ତଚାପକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ । ଏହା ବ୍ୟତୀତ ମୂଳାରେ ପର୍ଯ୍ୟପ୍ତ ପରିମାଣରେ ପୋଟାସିୟମ ରହିଥାଏ, ଯାହା ଶରୀରରେ ପୋଟାସିୟମ ଏବଂ ସୋଡିୟମର ଅନୁପାତକୁ ନିୟନ୍ତ୍ରଣରେ ରଖିଥାଏ । ଯାହା ଦ୍ୱାରା ରକ୍ତଚାପ ମଧ୍ୟ ନିୟନ୍ତ୍ରଣରେ ରହିଥାଏ ।
– କାମଳ ରୋଗୀଙ୍କ ପାଇଁ ମୂଳା କୌଣସି ରାମବାଣ ଠାରୁ କମ ନୁହେଁ । ଏହି ରୋଗୀଙ୍କୁ ନିଜ ଖାଦ୍ୟରେ ମୂଳା ମିଶାଇବା ଜରୁରୀ ହୋଇଥାଏ । ପ୍ରତିଦିନ ସକାଳୁ ଗୋଟିଏ କଞ୍ଚା ମୂଳା ଖାଇବା ଦ୍ୱାରା କାମଳ ରୋଗ ଦୂର ହୋଇଥାଏ । ମଧୁମେହ ରୋଗୀଙ୍କ ପାଇଁ ମଧ୍ୟ ମୂଳା ଖୁବ୍ ଲାଭଦାୟକ ସାବ୍ୟସ୍ତ ହୋଇଥାଏ । ଏଥିରେ ଉପସ୍ଥିତ ତତ୍ୱ ଇନସୁଲିନକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ ।
Prev Post
Next Post