ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ । ଅନେକ ରୋଗକୁ ମୁକ୍ତି ଦେଇଥାଏ ଏହି ମେଥି । ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବାରେ ନୁହେଁ ବରଂ ସୋðନ୍ଦର୍ଯ୍ୟ ଏବଂ ସ୍ୱାସ୍ଥ୍ୟରେ ସୁଧାର ଆଣିବା ପାଇଁ ମଧ୍ୟ ବ୍ୟବହାର କରାଯାଏ । ତେବେ ମେଥିରୁ ଆମକୁ କି ଉପକାର ମିଳେ ତାହା ଜାଣିନିଅ;ୁ-
-ପ୍ରତିଦିନର ଖାଦ୍ୟରେ ଯଦି କିଛି ମେଥିର ବ୍ୟବହାର କରାଯାଏ ତେବେ ଏହା ଅମ୍ଳରୁ ରକ୍ଷା କରିବା ସହ ଛାତି ପୋଡାଜଳାରୁ ବି ଆରାମ ଦେଇଥାଏ ।
-ମଧୁମେହଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥି ପାଉଡରକୁ ପାଣି ସହ ଖାଆ;ୁ ।
-ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ, ଚର୍ମକୁ ବ୍ଲାକ୍ ହେଡସ୍ ଆଦିରୁ ରକ୍ଷା କରିଥାଏ । ଅଳ୍ପ ପାଣିରେ ମେଥି ପକାଇ ଫୁଟାଇବା ପରେ ସେହି ପାଣିରେ ମୁହଁ ଧୁଅ;ୁ । ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ । ଏହାକୁ ଲଗାଇବା ପରେ ପ୍ରାୟ ୨୦ମିନିଟ୍ ଛାଡି ମୁହଁକୁ ଧୋଇ ଦିଅ;ୁ । ଏପରି କିଛିଦିନ କରିବା ଦ୍ୱାରା ମୁହଁରେ ଚମକ ବଢିବାକୁ ଲାଗିଥାଏ ।
-ଯଦି ଆପଣଙ୍କ କେଶ ନିୟମିତ ଝଡୁଛି, ତେବେ ନଡିଆ ତେଲରେ କିଛି ମେଥି ପକାଇ ଉଷୁମ କର;ୁ । ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗା;ୁ । ଏପରି ନିୟମିତ କଲେ କେଶ ଝଡିବା କମି ଯାଇଥାଏ ।
-ମୁଣ୍ଡରେ ମେଥି ପେଷ୍ଟ ଲଗାଇଲେ କେଶ କଳା ହେବା ସହ ଘନ ବି ହେବାକୁ ଲାଗିଥାଏ ।
-ଏକ ଚାମଚ୍ ଲେମ୍ବୁ ରସ୍ରେ ମହୁ ଏବଂ ମେଥି ମିଶାଇ ଖାଇବା ଦ୍ୱାରା ଥଣ୍ଡା, ଜ୍ୱରରୁ ରକ୍ଷା ମିଳିଥାଏ ।
-ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ । ମାସିକ ଧର୍ମ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତିକି ବାନ୍ତି ଲାଗିବା, ଭଲରେ ନିଦ ନହେବା ପରି ସମସ୍ୟାକୁ ଦୂର କରିଥାଏ ।
Prev Post