ରବି ଶାସ୍ତ୍ରୀ ପୁଣି ଟିମ୍ ଇଣ୍ଡିଆ ମୁଖ୍ୟ କୋଚ୍

0

ନୂଆଦିଲ୍ଲୀ,୧୬/୮: ରବି ଶାସ୍ତ୍ରୀଙ୍କୁ ପୁଣିଥରେ ଭାରତୀୟ ପୁରୁଷ କ୍ରିକେଟ୍ ଟିମର କୋଚ୍ ଭାବେ ନିଯୁକ୍ତ କରାଯାଇଛି। ଶୁକ୍ରବାର ପୂର୍ବତନ କ୍ୟାପଟେନ୍ କପିଲ୍ ଦେବଙ୍କ ଅଧ୍ୟକ୍ଷତା ବିଶିଷ୍ଟ କ୍ରିକେଟ୍ ଆଡଭାଇଜରୀ କମିଟି (ସିଏସି) କୋଚ୍ ପଦ ପାଇଁ ଇଣ୍ଟରଭ୍ୟୁ ନେଇଥିଲା। ମୁମ୍ବାଇରେ ସିଏସି ପ୍ରେସ୍ କନଫରେନ୍ସ ଜରିଆରେ କୋଚ୍ ଚୟନ ନେଇ ସୂଚନା ଦେଇଛି।

ଏହି ଅବସରରେ କପିଲ୍ ଦେବ କହିଛନ୍ତି, ତୃତୀୟ ସ୍ଥାନରେ ଅଷ୍ଟ୍ରେଲିଆର ଟମ୍ ମୁଡି, ଦ୍ୱିତୀୟରେ ନ୍ୟୁଜିଲ୍ୟାଣ୍ଡର ମାଇକ୍ ହେସନ୍ ରହିଥିଲେ। ତେବେ ସମସ୍ତଙ୍କ ଆଶା ମୁତାବକ ରବି ଶାସ୍ତ୍ରୀ ପ୍ରଥମ ସ୍ଥାନରେ ରହିଛନ୍ତି। କମିଟିର ତିନିଜଣ ସଦସ୍ୟଙ୍କୁ ଅଲଗା ଅଲଗା ପଏଣ୍ଟ ଦିଆଯାଇଛି। ଏହି କପିଲଙ୍କ ଛଡ଼ା ଅଂଶୁମାନ ଗାଏକ୍ୱାଡ୍ ଓ ମହିଳା କ୍ରିକେଟର୍ ଶାନ୍ତା ରଙ୍ଗାସ୍ୱାମୀ ଅଛନ୍ତି। ଶାସ୍ତ୍ରୀ ୨୦୨୧ ଟି-୨୦ ବିଶ୍ୱକପ୍ ପର୍ଯ୍ୟନ୍ତ ଭାରତୀୟ ଟିମର କୋଚ୍ ଭାବେ ପୁନଃନିଯୁକ୍ତ ହୋଇଥିବା ସୂଚନା ମିଳିଛି।

SBI AD
Leave A Reply

Your email address will not be published.