ରାଜକୋଷ ଅର୍ଥରେ ବିଜେଡିର ନିର୍ବାଚନ ପ୍ରଚାର ପାଇଁ ଉଦ୍ୟମ : କଂଗ୍ରେସ

0

ଭୁବନେଶ୍ୱର,୮/୨: ରାଜ୍ୟ ସରକାର ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ଯେଉଁ ବଜେଟ ଉପସ୍ଥାପନ କରିଛନ୍ତି ତାହା ରାଜ୍ୟର ଅର୍ଥନୀତିକୁ ଗତିଶୀଳ ଓ ବେରୋଜଗାରୀ ଦୂର କରିବାରେ ଅସମର୍ଥ। ପିଠା ଓ ବିଜୁ ଯୁବ ବାହିନୀ ପାଇଁ ବଜେଟରେ ୫୦୫କୋଟି ଟଙ୍କା ବ୍ୟୟବରାଦ କରି ରାଜକୋଷ ଅର୍ଥରେ ନିର୍ବାଚନ ପ୍ରଚାର ପାଇଁ ବିଜେଡି ଉଦ୍ୟମ କରିଛି ବୋଲି କଂଗ୍ରେସ ଅଭିଯୋଗ କରିଛି।

ଦଳର ବରିଷ୍ଠ ନେତା ପଞ୍ଚାନନ କାନୁନଗୋ ଓ ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ଆଜି କଂଗ୍ରେସ ଭବନରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ,‘ପିଠା’ ଯୋଜନା ପାଇଁ ଯେଉଁ ୪ ଶହ କୋଟି ଟଙ୍କାର ଅନୁଦାନ ରଖାଯାଇଛି ଏହା ବୋଧହୁଏ ବିଜେଡିର ଆସନ୍ତା ନିର୍ବାଚନ ପରିପ୍ରେକ୍ଷୀରେ ସାରା ରାଜ୍ୟରେ ପ୍ରଚାର ପ୍ରସାର କରିବା ପାଇଁ ରାଜକୋଷରୁ ବ୍ୟୟ ବରାଦର ବ୍ୟବସ୍ଥା କରାଯାଇଛି। ରାଜ୍ୟ ସରକାର ‘ବିଜୁ ଯୁବ ବାହିନୀ’ ପାଇଁ ରାଜ୍ୟ ରାଜକୋଷରୁ ୧୦୫ କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି। ଏଥିରୁ ସ୍ପଷ୍ଟ ଅନୁମେୟ ରାଜ୍ୟର ଟିକସଦାତାଙ୍କ ଅର୍ଥକୁ ବ୍ୟୟ କରି ନିଜ ଦଳର ସଂଗଠନକୁ ସୁଦୃଢ କରିବା ପାଇଁ ଯୋଜନା।

Leave A Reply

Your email address will not be published.