ଭାରତୀୟ ରେଳବାଇ ପକ୍ଷରୁ ଭକ୍ତଙ୍କ ସୁବିଧା ପାଇଁ ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ରଥଯାତ୍ରା ସ୍ପେଶାଲ ଟ୍ରେନ୍ ଚଳାଚଳ
ଭୁବନେଶ୍ୱର, ୦୧/୦୭ : ବାର୍ଷିକ ରଥଯାତ୍ରା ପର୍ବ ସମୟରେ ଭକ୍ତମାନଙ୍କ ଯାତ୍ରା ସୁବିଧା ଏବଂ ଯାତ୍ରୀମାନଙ୍କ ସମ୍ଭାବ୍ୟ ଭିଡ଼କୁ ଦୃଷ୍ଟିରେ ରଖି ଭାରତୀୟ ରେଳବାଇ ପକ୍ଷରୁ ମହାରାଷ୍ଟ୍ରର ଗୋନ୍ଦିଆ ଜଙ୍କସନ ଏବଂ ପୁରୀ ମଧ୍ୟରେ ଏକ ଯୋଡ଼ା ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ ଟ୍ରେନ୍ ନିର୍ଦ୍ଦିଷ୍ଟ ତାରିଖଗୁଡ଼ିକରେ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି।
ଟ୍ରେନ୍ ନଂ ୦୮୮୦୧ ଗୋନ୍ଦିଆ ଜଙ୍କସନ–ପୁରୀ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ: ଏହି ଟ୍ରେନ୍ ଗୋନ୍ଦିଆ ଜଙ୍କସନରୁ ୦୨.୦୭.୨୦୨୬, ୦୯.୦୭.୨୦୨୬, ୧୬.୦୭.୨୦୨୬ ଏବଂ ୨୯.୦୭.୨୦୨୬ (୦୪ ଥର) ଦିନ ୧୩:୩୦ ଘଟିକାରେ ଛାଡ଼ିବ ଏବଂ ପରଦିନ ୧୦:୦୦ ଘଟିକାରେ ପୁରୀରେ ପହଞ୍ଚିବ। ସେହିପରି, ଟ୍ରେନ୍ ନଂ ୦୮୮୦୨ ପୁରୀ–ଗୋନ୍ଦିଆ ଜଙ୍କସନ ରଥଯାତ୍ରା ସ୍ପେଶାଲ ଏକ୍ସପ୍ରେସ: ଏହି ଟ୍ରେନ୍ ପୁରୀରୁ ୦୩.୦୭.୨୦୨୬, ୧୦.୦୭.୨୦୨୬, ୧୭.୦୭.୨୦୨୬ ଏବଂ ୩୦.୦୭.୨୦୨୬ (୦୪ ଥର) ଦିନ ୧୩:୦୦ ଘଟିକାରେ ଛାଡ଼ିବ ଏବଂ ପରଦିନ ୦୭:୦୦ ଘଟିକାରେ ଗୋନ୍ଦିଆ ଜଙ୍କସନରେ ପହଞ୍ଚିବ।
ଏହି ସ୍ପେଶାଲ ଟ୍ରେନ୍ ଉଭୟ ଦିଗରୁ ଡ଼ୋଙ୍ଗରଗଡ଼, ରାଜନନ୍ଦଗାଁ, ଦୁର୍ଗ, ରାୟପୁର, ଲାଖୋଲି, ଖରିଆର ରୋଡ଼, କଣ୍ଟାବାଞ୍ଜି, ଟିଟିଲାଗଡ଼, ବଲାଙ୍ଗୀର, ବରଗଡ଼ ରୋଡ଼, ସମ୍ବଲପୁର, ଅନୁଗୁଳ, ତାଳଚେର ରୋଡ଼, ଢେଙ୍କାନାଳ, କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧା ରୋଡ଼ ଷ୍ଟେସନରେ ରହଣି କରିବ। ଯାତ୍ରୀମାନଙ୍କୁ ସମୟସୂଚୀ ଧ୍ୟାନରେ ରଖି ନିଜର ଯାତ୍ରା ଯୋଜନା କରିବାକୁ ପରାମର୍ଶ । ଟ୍ରେନ୍ ସମ୍ବନ୍ଧୀୟ ଅତ୍ୟାଧୁନିକ ସୂଚନା ପାଇଁ ଯାତ୍ରା ଆରମ୍ଭ କରିବା ପୂର୍ବରୁ ଯାତ୍ରୀମାନେ ଜାତୀୟ ଟ୍ରେନ୍ ଅନୁସନ୍ଧାନ ବ୍ୟବସ୍ଥା (NTES) କିମ୍ବା ରେଳବାଇର ଅଫିସିଆଲ୍ ସେବାଗୁଡ଼ିକୁ ଯାଞ୍ଚ କରିପାରିବେ।