ରିମାଣ୍ଡ ଅବଧି ଶେଷ ହେବା ପରେ ଜେଲକୁ ଗଲେ ସେଲ୍‌ଟର ହୋମ୍‌ର ମୁଖ୍ୟ ରେହମାନ୍‌

0

ଢେଙ୍କାନାଳ,୭/୧୨: ବହୁଚର୍ଚ୍ଚିତ ଢେଙ୍କାନାଳ ସେଲ୍‌ଟର ହୋମ୍‌ ‘ଗୁଡ଼ ନ୍ୟୁଜ ଇଣ୍ଡିଆ ଡ୍ରିମ୍‌ସ ସେଣ୍ଟର’ର ମୁଖ୍ୟ ଫୟାଜ ରେହମାନ୍‌ଙ୍କ ୪ ଦିନିଆ ରିମାଣ୍ଡ ଶେଷ ହେବା ପରେ ଶୁକ୍ରବାର ତାଙ୍କୁ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଜେଲକୁ ନିଆଯାଇଛି। ସେଲ୍‌ଟର ହୋମ୍‌ରେ ଅନ୍ତେବାସିନୀମାନଙ୍କ ସହିତ ଅସଦାଚରଣ ମାମଲାରେ ଫୟାଜ ରେହମାନ୍‌ ଓରଫ ଡାଡିଙ୍କୁ ସଦର ଥାନା ପୁଲିସ୍‌ ଗତ ୪ ତାରିଖରେ ରିମାଣ୍ଡରେ ପ୍ରଥମ ଥର ପାଇଁ ୨ ଦିନିଆ ରିମାଣ୍ଡରେ ନେଇଥିଲା।

ପ୍ରଥମ ଥର ରିମାଣ୍ଡ ୫ ତାରିଖରେ ଶେଷ ହେବା ପରେ ପୁଲିସ ଫୟାଜଙ୍କ ଠାରୁ ଅନେକ କଥା ଜାଣିବାର ବାକି ରହି ଯାଇଥିଲା। ଏହା ପରେ ରେହମାନ୍‌ଙ୍କୁ ଅଧିକ ଆଉ ଦୁଇ ଦିନ ରିମାଣ୍ଡ ନେବାକୁ ପୁଲିସ ସ୍ୱତନ୍ତ୍ର ପକ୍ସୋ ଅଦାଲତରେ ଆବେଦନ କରିଥିଲା। କୋର୍ଟଙ୍କ ଅନୁମତି କ୍ରମେ ରେହମାନ୍‌ ପୁଣି ଥରେ ୨ ଦିନିଆ ରିମାଣ୍ଡରେ ଯାଇଥିଲା। ଆଜି ମୋଟ ୪ ଦିନିଆ ରିମାଣ୍ଡ ଅବଧି ଶେଷ ହେବା ପରେ ରେହମାନ୍‌ଙ୍କୁ ଜେଲ ପଠାଯାଇଛି।

Leave A Reply

Your email address will not be published.