ବ୍ରିଟିଶ୍ ଆଟ୍ର୍ସ ଇଞ୍ଜିନିୟରିଂ କମ୍ପାନୀ ପ୍ରଥମ ଥର ପାଇଁ ଆର୍ଟିଫିଶିଆଲ୍ ଇଣ୍ଟେଲିଜେନ୍ସ ଟେକ୍ନୋଲଜିକୁ ବ୍ୟବହାର କରି ଫିମେଲ୍ ରୋବଟ ପ୍ରସ୍ତୁତ କରିଛନ୍ତି ଯିଏ ମଣିଷର ଚିତ୍ର ଅଙ୍କନ କରିପାରିବ । ଯାହାର ନାମ ହେଉଛି ‘ଏଆଈ-ଡା’ । ଏହି ରୋବଟ୍କୁ ଏଡନ୍ ମେଲର ଡିଜାଇନ୍ କରିଛନ୍ତି । ରୋବଟ୍କୁ ଦୁନିଆର ପ୍ରଥମ ମହିଳା କମ୍ପୁ୍ୟଟର ପ୍ରୋଗ୍ରାମର ଏଡା ଲୱଲେସ୍ଙ୍କ ନାମ ଅନୁସାରେ ନାମିତ କରାଯାଇଛି । ଏଡନ୍ କହିଛନ୍ତି ଏଆଇ-ଡାରେ କ୍ୟାମେରା ଲାଗିଛି, ଯାହା ସାହାଯ୍ୟରେ ମଣିଷର ଚେହେରା ଚିହ୍ନିବା ସହ ପେନ୍ସିଲ୍ ସାହାଯ୍ୟରେ ଚିତ୍ର ମଧ୍ୟ ପ୍ରସ୍ତୁତ କରିପାରିବ । ତେଣୁ ଏହାକୁ ଦୁନିଆର ପ୍ରଥମ ପ୍ରୋଫେଶନାଲ୍ ହୁ୍ୟମାନାଇଡ୍ ଆର୍ଟିଷ୍ଟ କୁହାଯାଉଛି । ଏହି ରୋବଟ୍ ମଣିଷ ସହ ଆଇ କନେକଫ ମଧ୍ୟ କରିପାରିବ । ମଣିଷ ଭଳି ମୁହଁ ଖୋଲା-ବନ୍ଦ କରିପାରିବ । ଏଆଇ-ଡା ମଣିଷ ଭଳି କଥା ହେବା ସହ ପ୍ରଶ୍ନର ଉତ୍ତର ମଧ୍ୟ ଦେଇପାରିବ । ଏହାର କେବଳ ଢାଞ୍ଚା ପ୍ରସ୍ତୁତି ସରିଛି ଯାହା ପରୀକ୍ଷଣ ମଧ୍ୟ କରାଯାଇଛି । ରୋବଟର ଶରୀର ରୋବଥେସ୍ପିୟନ୍ ହେବ ଯାହା ସବୁକିଛି ଜଣାଇବାରେ ମଧ୍ୟ ସକ୍ଷମ ହେବ । ଏହାବ୍ୟତୀତ ରୋବଟ୍କୁ ମଣିଷ ପରି ଦର୍ଶାଇବା ପାଇଁ ଲମ୍ବା କେଶ, ସିଲିକନ୍ ଚର୍ମ, ୩ଡିର ଦାନ୍ତ ଓ ମଢି ରହିବ ।