ରାଞ୍ଚି,୧୬/୧୧: ଗୋଖାଦ୍ୟ ଦୁର୍ନୀତି ମାମଲାରେ ସଜା କାଟୁଥିବା ରାଷ୍ଟ୍ରୀୟ ଜନତା ଦଳର ମୁଖ୍ୟ ଲାଲୁ ପ୍ରସାଦ ଯାଦବ ଅସୁସ୍ଥ। ମାତ୍ର ଶୁକ୍ରବାର ତାଙ୍କ ସ୍ଵାସ୍ଥ୍ୟବସ୍ଥା ଅଧିକ ଖରାପ ହେବା ଯୋଗୁ ସେ ଠିକରେ ଚାଲି ପାରୁନାହାନ୍ତି। ତାଙ୍କ ପାଦରେ ଗଭୀର ଘା ମଧ୍ୟ ହୋଇଛି। ପାଦରେ ଘା ହୋଇଥିବା ଯୋଗୁଁ ସମସ୍ୟା ଅଧିକ ଗୁରୁତର ଆଡକୁ ଯାଉଥିବା ସଙ୍କେତ ଦେଉଛି। ଲାଲୁଙ୍କ ସ୍ଵାସ୍ଥ୍ୟରେ ଅବନ୍ନତି ଘଟୁଥିବା ଦେଖି ଡାକ୍ତରଙ୍କ ଚିନ୍ତା ମଧ୍ୟ ବଢି ଯାଇଛି। ଡାକ୍ତରଙ୍କ ମୁତାବକ ଆଗାମୀ ଦୁଇ ତିନି ଦିନରେ ଯଦି ତାଙ୍କର ସ୍ଵାସ୍ଥ୍ୟବସ୍ଥାରେ କୌଣସି ସୁଧାର ନଆସେ ତେବେ ଚିକିତ୍ସା ପାଇଁ ତାଙ୍କୁ ରାଞ୍ଚି ବାହାର କୌଣସି ଭଲ ହସ୍ପିଟାଲକୁ ସ୍ଥାନାନ୍ତର ଉପରେ ବିଚାର କରାଯିବ। ଆବଶ୍ୟକ ପଡ଼ିଲେ ଜେଲ ପ୍ରଶାସନ ଓ ରାଜ୍ୟ ସରକାରଙ୍କ ସହିତ ଲାଲୁଙ୍କ ସ୍ଵାସ୍ଥ୍ୟବସ୍ଥା ନେଇ ଆଲୋଚନା କରାଯିବ।