ଲିଭ-ଇନ ପାର୍ଟନରଙ୍କଠାରୁ ଜୀବିକା ଭତ୍ତା ମାଗିପାରିବେ ମହିଳା

0

ନୂଆଦିଲ୍ଲୀ, ୧୭/୧୧ : ଲିଭ-ଇନ ରିଲେସନସିପରେ ରହୁଥିବା ମହିଳା ଘରୋଇ ହିଂସା ଆଇନ ବଳରେ ନିଜ ପାର୍ଟନରଙ୍କଠାରୁ ଜୀବିକା ଭତ୍ତା ପାଇଁ ଅଦାଲତର ଦ୍ୱାରସ୍ଥ ହୋଇପାରିବେ । ସୁପ୍ରିମକୋର୍ଟ ଲିଭ-ଇନର ଏକ ମାମଲାରେ ଶୁଣାଣି କରି କରି କହିଛନ୍ତି କି, ଘରୋଇ ହିଂସାରେ ଶାରୀରିକ ମାନସିକ ଏବଂ ଆର୍ଥିକ ରୂପରେ ପ୍ରତାଡ଼ୀତ କରୁଥିବା ମାମଲାରେ ଲିଭ-ଇନରେ ରହୁଥିବା ମହିଳା ନିଜ ପାର୍ଟନର ବିରୋଧରେ ଆଇନର ଆଶ୍ରୟ ନେଇ ପାରିବେ । ଏହି ଆଇନ ବଳରେ ସେମାନେ ଜୀବିକା ଭତ୍ତାର ଅଧିକାରିଣୀ ହେବେ । ଏହି ମାମଲାଟି ଜଣେ ମହିଳାଙ୍କ ସମ୍ପର୍କିତ ଯିଏ କି ଲିଭ-ଇନ ରିଲେସନସିପରେ ରହି ଏକ ପୁତ୍ର ସନ୍ତାନକୁ ଜୁନ୍ମ ଦେଇଥିଲେ । ତେବେ ମହିଳା ଏବଂ ତାଙ୍କ ପୁଅକୁ ଜୀବିକା ଭତ୍ତା ଦେବାକୁ ଏକ ପରିବାର ଅଦାଲତ ୨୦୧୦ ମସିହାରେ ଆଦେଶ ଦେଇଥିଲେ । ଏହାକୁ ବିରୋଧ କରି ମହିଳାଙ୍କ ପାର୍ଟନର ଝାଡଖଣ୍ଡ ହାଇକୋର୍ଟର ଆଶ୍ରୟ ନେଇଥିଲେ । ତେବେ ହାଇକୋର୍ଟ ଏହାର ଶୁଣାଣି କରି କହିଥିଲେ କି, ସିଆରପିସିର ଧାରା ୧୨୫ ଅନୁଯାୟୀ କେବଳ ବିବାହିତ ମହିଳାଙ୍କୁ ଜୀବିକା ଭତ୍ତା ଦିଆଯାଇପାରିବ । କି;ୁ ହାଇକୋର୍ଟ ରାୟକୁ ଚ୍ୟାଲେଞ୍ଜ କରି ମହିଳା ଜଣକ ସୁପ୍ରିମ କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ । କୋର୍ଟ କହିଛନ୍ତି କି, ଯଦି ମହିଳା ବିବାହିତ ନୁହେଁ, ତଥାପି ସେ ଘରୋଇ ହିଂସା ଆଇନ ଅନୁଯାୟୀ ଭତ୍ତାର ଅଧିକାରୀ ହୋଇପାରିବ । କାରଣ ଘରୋଇ ହିଂସାରେ ଆର୍ଥିକ ର୍ନିଯାତନା ମଧ୍ୟ ସାମିଲ ଅଛି । ଯଦି କାହାକୁ ଆର୍ଥିକ ସ୍ରୋତରୁ ବଞ୍ଚିତ କରାଯାଏ ତ ତାକୁ ଘରୋଇ ହିଂସା କୁହାଯିବ ।

Leave A Reply

Your email address will not be published.