ଶାଓମିର ଏୟାର ପଲୁ୍ୟଶନ୍‌ ମାସ୍କ

0

ଚୀନ କମ୍ପାନୀ ଶାଓମି ଭାରତରେ ଆଣ୍ଟି ପଲୁ୍ୟଶନ୍‌ ମାସ୍କ ଏମ୍‌ଆଇ ଏୟାରପପ୍‌ ପିଏମ୍‌୨.୫ ଲଞ୍ଚ କରିଛି । ଫିଟ୍‌ସେନ୍‌ ପାଇଁ ଏହା ନୂଆ ଉପିାଦ ବୋଲି କୁହାଯାଉଛି । ଏହା ପୂର୍ବରୁ କମ୍ପାନୀ ଏମ୍‌ଆଇ ଏୟାର ପୁ୍ୟରିଫାୟର ମଧ୍ୟ ବିକ୍ରି କରିଥିଲା । ଭାରତରେ ଅଧିକାଂଶ ସହର ପ୍ରଦୂଷଣଗ୍ରସ୍ତ । ଏହାଦ୍ୱାରା ବସବାସ କରୁଥିବା ଲୋକଙ୍କ ପାଇଁ ଏହି ମାସ୍କ ଉପାଦାୟୀ ହୋଇପାରିବ । ଏହି ମାସ୍କ ଦ୍ୱାରା ବ୍ୟବହାରକାରୀ ଦୂଷିତ ବାୟୁରୁ ନିଜକୁ ରକ୍ଷା କରିପାରିବେ । ମାସ୍କ ସହ ଏକ ସ୍ଲୋଗାନ୍‌ ମଧ୍ୟ ଜାରି ହୋଇଛି ‘ବ୍ରିଥ୍‌ ହେଲ୍‌ଦି, ସେଫ ହେଲ୍‌ଦି’ । ଏହାର ମୂଲ୍ୟ ୨୪୯ ଟଙ୍କା ରହିଛି । ଅନ୍ୟ ମାସ୍କ ତୁଳନାରେ ଏହା ଶସ୍ତା ବୋଲି ଜଣାପଡିଛି । ମାସ୍କଟିକୁ କମ୍ପାନୀର ନିଜସ୍ୱ େୱବ୍‌ସାଇଟ୍‌ରୁ କ୍ରୟ କରାଯାଇପାରିବ । ତେବେ ଏହା ୦.୩ ମାଇାକ୍ରୋନ୍‌ ପାର୍ଟିସଲ୍‌ସ୍‌ ପ୍ରଦୂଷଣ ବ୍ଲକ୍‌ କରିପାରିବ । ଏଥିରେ ପିଏମ୍‌୨.୫ ଫିଲଫରେସନ୍‌ କ୍ଷମତା ରହିଛି । ଯାହା ପ୍ରଦୂଷଣ କମାଇବାରେ ୯୯.୯୭ ପ୍ରତିଶତ ସହାୟକ ହୋଇପାରିବ । ତେବେ ମାସ୍କଟି ଏକ ଫିଲଫର ସହ ବିକ୍ରି ହେଉଛି । ଏହା ୩୬୦ ଡିଗ୍ରୀ ଆଡପ୍‌ଟେବଲ ରିଙ୍ଗ ଡିଜାଇନ୍‌ର ହୋଇଛି ।

Leave A Reply

Your email address will not be published.