ପିଆଜର ଔଷଧୀୟ ଗୁଣ

ଖାଦ୍ୟରେ ପିଆଜ ପଡିବା ଦ୍ୱାରା ତରକାରୀ ସୁସ୍ୱାଦୁ ଲାଗିଥାଏ । କେବଳ ଖାଦ୍ୟ ପାଇଁ ନୁହେଁ ଏହାର ଗୁଡିଏ ଔଷଧୀୟ ଗୁଣ ମଧ୍ୟ ରହିଛି । ପିଆଜରେ ପ୍ରଚୁର ପରିମାଣର କେଲିସନ୍‌ ଓ ରାୟବୋଫ୍ଲୋବିନ୍‌ ରହିଛି । þପିଆଜ ଜୀବାଣୁନାଶ, ଦୁଶ୍ଚିନ୍ତା, କଷ୍ଟରୁ ଉପଶମ, ମଧୁମେହ ପାଇଁ ରାମବାଣ ରୂପେ କାର୍ଯ୍ୟ କରିଥାଏ । ଜାଣନ୍ତୁ ପିଆଜର ଔଷଧୀୟ ଗୁଣ-
ଥଣ୍ଡା, କାଶ ଓ ଜ୍ୱର
ପିଆଜର କାଢାରେ ଗୁଡ଼ ମିଶାଇ ପିଅନ୍ତୁ ନଚେତ୍‌ ପିଆଜ ରସରେ ମହୁ ପକାଇ ପିଇବା ଦ୍ୱାରା ଥଣ୍ଡା ଜନିତ ସମସ୍ୟା କମିଯାଇଥାଏ ।
ନାକରୁ ରକ୍ତ ପଡିବା
ବାରମ୍ବାର ନାକରୁ ରକ୍ତ ବାହାରୁଥିଲେ ନାକରେ ପିଆଜ ରସ ପକାଇବା ଦ୍ୱାରା ଆଶ୍ୱସ୍ତି ମିଳିଥାଏ ।
କାନରେ ଦରଜ
ଥଣ୍ଡାରୁ କାନରେ ଯନ୍ତ୍ରଣା ହୋଇଥାଏ । ଏହି ସମସ୍ୟାକୁ ଏଡାଇବା ପାଇଁ କାନରେ ପିଆଜ ରସ ଗରମ କରି ପକାଇବା ଦ୍ୱାରା ଆରାମ ମିଳିଥାଏ ।
ଖାଦ୍ୟ ପଚନ
ଠିକ୍‌ ସମୟରେ ଖାଦ୍ୟପେୟ ଗ୍ରହଣ କରାଯାଉନଥିଲେ ବଦହଜମ ଜନିତ ସମସ୍ୟା ହୋଇଥାଏ । ପ୍ରଥମତଃ ଠିକ୍‌ ସମୟରେ ଖାଇବା ସହ ପିଆଜ ରସ କିମ୍ବା ଧନିଆ ଚାହା ପିଇବା ଦ୍ୱାରା ପାଚନ ପ୍ରକି୍ରିିୟା ତ୍ୱରାନ୍ୱିତ ହୋଇଥାଏ ।
ଯାଦୁ, କୁଣ୍ଡିଆ
ଦେହରେ ଯାଦୁ କିମ୍ବା କୁଣ୍ଡିଆ ହୋଇଥିଲେ ସେହିସ୍ଥାନରେ ପିଆଜ ରସ ଲଗାଇବା ଦ୍ୱାରା ତୁରନ୍ତ ଉପଶମ ମିଳିଥାଏ ।