ସଫଫ ଡ୍ରିଙ୍କ୍‌

0

ଅଧିକ ସଫଫ ଡ୍ରିଙ୍କ୍‌ ପିଉଥିବା ଲୋକଙ୍କର ଦାନ୍ତ ଡ୍ରଗ୍ସ ଆଡିକଫ ରୋଗୀଙ୍କ ଭଳି ନଷ୍ଟ ହୋଇଯାଇଥାଏ ବୋଲି ନିକଟରେ ବୈଜ୍ଞାନିକମାନେ କରିଥିବା ଏକ ଅଧ୍ୟୟନରୁ ପ୍ରକାଶ କରିଛନ୍ତି ।
ପ୍ରାୟ ସବୁଦିନ ହାଲ୍‌କା ସଫଫ ଡ୍ରିଙ୍କ୍‌ ପିଉଥିବା ଲୋକଙ୍କର କିଡନୀ, ଲିଭର୍‌ ଓ ହାର୍ଟ ଉପରେ କୁପ୍ରଭାବ ପଡିଥାଏ । ଏହାଦ୍ୱାରା ଦାନ୍ତ ମଧ୍ୟ ପ୍ରଭାବିତ ହୋଇଥାଏ । ବେଳେବେଳେ ଦାନ୍ତ ଏପରି ଖରାପ ହୋଇଯାଏ ଯେ, ଲୋକେ ଡେଣ୍ଟିଷ୍ଟଙ୍କୁ ଦେଖାଇବାକୁ ଲଜ୍ଜା ଅନୁଭବ କରନ୍ତି । ଅଧିକ ସଫଫ ଡ୍ରିଙ୍କ୍‌ ସେବନ କରୁଥିବା ଲୋକଙ୍କର ଦାନ୍ତଗୁଡ଼ିକ ହଳଦିଆ ପଡିବା ସହ ଗଭୀର କ୍ଷତ ସୃଷ୍ଟି ହୋଇଥାଏ । ଫିଲିଙ୍ଗ୍‌, ବଫ୍‌ କିମ୍ବା ଟୁଥ୍‌ ଫିଲିଙ୍ଗ୍‌ରୁ ରକ୍ଷା ପାଇବା ପାଇଁ ସଫଫ ଡ୍ରିଙ୍କସ୍‌ କମ୍‌ ପରିମାଣରେ ସେବନ କରିବା ପାଇଁ ଏହି ଅଧ୍ୟୟନରେ ପରାମର୍ଶ ଦିଆଯାଇଛି ।
ଫିଲ୍‌ଡେଲ୍‌ଫିଆସ୍ଥିତ ‘ଟେମ୍ପଲ୍‌ ୟୁନିଭରିସିଟି ସ୍କୁଲ୍‌ ଅଫ୍‌ ଷ୍ଟଡିଜ୍‌’ର ଡାକ୍ତର ମହମ୍ମଦ ବସିଓୟୁନି ଜଣେ ମହିଳାଙ୍କର କେସ୍‌ ହିଷ୍ଟ୍ରି ଅନୁଧ୍ୟାନ କରି ସଫଫ ଡ୍ରିଙ୍କସ୍‌ରୁ ଦାନ୍ତକୁ ହେଉଥିବା କ୍ଷତି ବିଷୟରେ ଉଲ୍ଲେଖ କରିଛନ୍ତି । ଏହି ମହିଳା ଜଣକ ଦିନକୁ ଦୁଇ ଲିଟର୍‌ ସଫଫ ଡ୍ରିଙ୍କ ପିଉଥିଲେ । ଜଣେ ଡ୍ରଗ୍ସ ଆଡିକଫଙ୍କର ଦାନ୍ତର ଅବସ୍ଥା ଯେପରି ହୋଇଥାଏ ଏହି ମହିଳାଙ୍କର ଦାନ୍ତର ଅବସ୍ଥା ସେପରି ହୋଇଥିବାର ଦେଖାଯାଇଥିଲା । ସୁଗାର୍‌ ଫ୍ରି ସଫଫ ଡି୍ରଙ୍କ୍‌ ସାଧାରଣ ସଫଫ ଡ୍ରିଙ୍କ୍‌ ଭଳି ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ । ଏହାକୁ ଅଧିକ ମାତ୍ରାରେ ନେବା ଦ୍ୱାରା ଏହା ଦାନ୍ତ ପାଇଁ କ୍ଷତିକାରକ ହୋଇଥାଏ ବୋଲି ସେ କହିଛନ୍ତି । ଅପରପକ୍ଷରେ ସଫଫ ଡ୍ରିଙ୍କ୍‌ କମ୍ପାନିଗୁଡ଼ିକ ଏକଥାକୁ ଦୃଢ ବିରୋଧ କରୁଛନ୍ତି । ଏହି ମହିଳା ଜଣକ ଦୀର୍ଘ ୨୦ ବର୍ଷ ଧରି ତାଙ୍କର ଦାନ୍ତ ଦନ୍ତ ଚିକିତ୍ସକଙ୍କୁ ନ ଦେଖାଇବା ସହ ଜଣେ ମହିଳାଙ୍କ ରିପୋର୍ଟ ଆଧାରରେ ସଫଫ ଡ୍ରିଙ୍କ୍‌ ଦାନ୍ତ ପାଇଁ କ୍ଷତିକାରକ କହିବା ଭୁଲ୍‌ ବୋଲି ସେମାନେ ଦାବି କରୁଛନ୍ତି ।

Leave A Reply

Your email address will not be published.