ସବୁଠାରୁ ଶସ୍ତା ଏଲ୍‌ସିଡି

0

ଦୁନିଆର ସବୁଠାରୁ ଶସ୍ତା ବିଦୁ୍ୟତ ଉପକରଣ ଉପିାଦନ କମ୍ପାନୀ ଡିଟେଲ୍‌ ଭାରତରେ ନୂଆ ଏଲ୍‌ସିଡି ଲଞ୍ଚ କରିଛି । ଏହି ଏଲ୍‌ସିଡିକୁ ଡିଟେଲ୍‌ ଡି ୱାନ୍‌ ଏଲ୍‌ସିଡି କୁହାଯାଉଛି । ରହିଥିବା ବେଳେ ଏଥିରେ ୧୯ ଇଞ୍ଚର ଡିସ୍‌ପ୍ଲେ ସହ ଏପ୍ଲସ୍‌ ଗ୍ରେଡ୍‌ର ପ୍ୟାନେଲ୍‌ ରହିଛି । ଏହାର ୨୪ ଓ ୬୫ ଇଞ୍ଚ ଏଲ୍‌ସିଡି ମଧ୍ୟ ଲଞ୍ଚ ହୋଇଛି । ଡିଟେଲ୍‌ ଡିୱାନ୍‌ ଏଲ୍‌ସିଡି ଟିଭିର ମୂଲ୍ୟ ୩୯୯୯, ୪୯୯୯ ଟଙ୍କା ରହିଛି । ଏପରି ଶସ୍ତା ଏଲ୍‌ସିଡି ମୋବାଇଲ୍‌ ଆପ୍‌, ରିଟେଲ୍‌ ଷ୍ଟୋର, ବିଟୁବିଆzାଡଟ୍‌କମ୍‌ ନାମକ ଏକ େୱବ୍‌ସାଇଟ୍‌ ଦ୍ୱାରା କ୍ରୟ କରାଯାଇପାରିବ । ଏଥିରେ ଏଚ୍‌ଡିଏମ୍‌ଆଇ ଓ ୟୁଏସ୍‌ବି ପୋର୍ଟ ମଧ୍ୟ ରହିଛି । ଏହାକୁ କମ୍ପ୍ୟୁଟର ଓ ଲ୍ୟାପ୍‌ଟପ୍‌ ସହ ସଂଯୋଗ କରାଯିବା ସହ ଏଥିରେ ଭିନ୍ନ ଭିନ୍ନ ଗେମ୍‌ ପ୍ରିଲୋଡେଡ୍‌ ରହିବା ସହ ୧୨ ୱାଟ୍‌ର ସ୍ପିକର, ପାୱାର ଅଡିଓ କଣ୍ଟ୍ରଲୋର ସିଷ୍ଟମ ମଧ୍ୟ ରହିଛି । ଟିଭିର ଲଞ୍ଚିଙ୍ଗ ଉସିବରେ କମ୍ପାନୀ କାର୍ଯ୍ୟକାରୀ ମୁଖ୍ୟ ୟୋଗେଶ୍‌ ଭାଟିଆଙ୍କ ମତରେ, ତାଙ୍କର ମୁଖ୍ୟ ମିଶନ୍‌ ହେଉଛି ହର୍‌ଘର୍‌ଟିଭି । ଏହି ମିଶନର କାରଣ ନୁହେଁ ଯେ, ଅନ୍ୟ କୌଣସି ଟିଭି ସହ ପ୍ରତିଦ୍ୱନ୍ଦୀ ରୂପେ କାର୍ଯ୍ୟ କରିବା ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦୂରବର୍ତ୍ତୀ ଅଞ୍ଚଳରେ ଏହି ଟିଭିକୁ ପହଞ୍ଚାଇବା ଫଳରେ ଲୋକଙ୍କ ଜୀବନଯାପନ ଶୈଳୀରେ ପରିବର୍ତ୍ତନ ଆସିପାରିବ ବୋଲି ଆଶା କରାଯାଇପାରିବ ।

Leave A Reply

Your email address will not be published.