ସର୍ଜିକାଲ ଷ୍ଟ୍ରାଇକକୁ ନେଇ ରାଜନୀତି ଉଚିତ ନୁହେଁ: ଡିଏସ ହୁଡା

0

ଚଣ୍ଡିଗଡ଼, ୮/୧୨ : ପାକିସ୍ତାନ ଅଧିକୃତ କାଶ୍ମୀରରେ ଲୁଚି ରହିଥିବା ଆତଙ୍କବାଦୀଙ୍କ ବିରୋଧରେ ଭାରତୀୟ ସେନା ପକ୍ଷରୁ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକକୁ ୨ ବର୍ଷ ବିତିବା ପରେ ଅବସରପ୍ରାପ୍ତ ଲେଫଫିନେଣ୍ଟ ଜେନେରାଲ ଡିଏସ ହୁଡା ଏହାକୁ ନେଇ ଟିªଣୀ କରିଛନ୍ତି । ଏହାର ସଫଳତାକୁ ନେଇ ଖୁସୀ ହେବା ସ୍ୱାଭାବିକ କି;ୁ ଏହି ଅଭିଯାନର ବାରମ୍ବାର ପ୍ରଚାର କରିବା ଅନୁଚିତ ବୋଲି ସେ କହିଛନ୍ତି ।
ସୈନ୍ୟ ସାହିତ୍ୟ ମହୋତ୍ସୋବ କାର୍ଯ୍ୟକ୍ରମର ପ୍ରଥମ ଦିନରେ ସୀମାରେ କରାଯାଉଥିବା ଅପରେଶନ ଏବଂ ସର୍ଜିକାଲ ଷ୍ଟ୍ରାଇକର ଭୂମିକା ଉପରେ ଚର୍ଚ୍ଚା କରି ଜେନେରାଲ ହୁଡା କହିଛନ୍ତି : ସର୍ଜିକାଲ ଷ୍ଟ୍ରାଇକ ଅପରେଶନକୁ ସାର୍ବଜନିନ କରିବା ସରକାରଙ୍କ ନିଷ୍ପତ୍ତି ଥିଲା, କି;ୁ ଏହି ଅପରେଶନକୁ ନେଇ ଏବେ ରାଜନୀତି କରିବା ଅନୁଚିତ । ସେନା ଅନେକ ପ୍ରକାର ଅପରେଶନ କରେ, କି;ୁ ଏହି ଅପରେଶନର ବ୍ୟବହାର ଯଦି ରାଜନୈତିକ ଫାଇଦା ପାଇଁ କରାଯାଏ ତ’ ଏହା ଦେଶ ଏବଂ ସେନା ଦୁହିଁଙ୍କ ପାଇଁ ଭଲ ହେବ ନାହିଁ । ସେ ଆହୁରି କହିଛନ୍ତି କି, ରାଜନୀତି ଏବଂ ସେନାର ଅପରେଶନକୁ ଭିନ୍ନ ରଖିବା ଉଚିତ । ସମସ୍ତ ସେନା ଅପରେଶନକୁ ସାର୍ବଜନିନ କରିବା ଜରୁରୀ ହୋଇ ନଥାଏ, କି;ୁ ଏହି ଅପରେଶନର ପରିସ୍ଥିତିକୁ ଆଖିରେ ରଖି ଏହାକୁ ଆମେ ସାର୍ବଜନିନ କରିବାକୁ ବାଧ୍ୟ ହୋଇଥିଲୁ । ୨୯ ଡିସେମ୍ବର ୨୦୧୬ ରେ ପିଓକେଠାରେ କରାଯାଇଥିବା ସର୍ଜିକାଲ ଷ୍ଟ୍ରାଇକ ଅପରେଶନର ମୁଖ୍ୟ ଥିଲେ ଜେନେରାଲ ହୁଡା । ଉରୀଠାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତୀୟ ସେନା ପକ୍ଷରୁ ସର୍ଜିକାଲ ଷ୍ଟ୍ରାଇକ କରାଯାଇଥିଲା ।

Leave A Reply

Your email address will not be published.