* ମାଛରେ ଭରପୂର ମାତ୍ରରେ ଓମେଗା-୩ ଫ୍ୟାଟି ଏସିଡ଼୍ ରହିଥାଏ । ଯାହା ହୃଦୟ ଏବଂ ଧମନୀକୁ ମଜ୍ଭୁତ୍ କରିବାରେ ସାହାଯ୍ୟ କରିଥାଏ । ଏହି ଫ୍ୟାଟି ଏସିଡ଼୍ ଭଲ କୋଲଷ୍ଟୋଲକୁ ବଢ଼ାଇବା ସହ ଧମନୀରେ ରକ୍ତକୁ ଜମାଟ ବାନ୍ଧିବାକୁ ଦିଏନାହିଁ । ଏକ ଗବେଷଣା ଅନୁସାରେ, ଯେଉଁ ଲୋକମାନେ ସପ୍ତାହକୁ ଦୁଇ ଥର ମାଛ ଖାଇଥାନ୍ତି ସେମାନଙ୍କର ହୃଦ୍ରୋଗ ଆଶଙ୍କା ୩ଗୁଣା କମିଯାଏ ।
* ଯେଉଁମାନଙ୍କୁ ଉଚ୍ଚରକ୍ତଚାପର ସମସ୍ୟା ରହିଛି, ସେମାନେ ମାଛ ଖାଇବା ଉଚିତ୍ । କାରଣ ମାଛରେ ଥିବା ତେଲ ରକ୍ତଚାପକୁ କମ୍ କରିଥାଏ ।
* ମାଛ, ଶରୀରର ଚର୍ବି ଅଂଶକୁ ଜମାଟ ବାନ୍ଧିବାରୁ ରୋକିଥାଏ । ତେଣୁ ମାଛରେ ଥିବା ତେଲ ଖାଇବା ସହ ନିୟମିତ ବ୍ୟାୟାମ କଲେ ମୋଟାପଣର ସମସ୍ୟା ଖୁବ୍ଶୀଘ୍ର ଦୂର ହୋଇଥାଏ ।
* ମାଛ ଖାଇଲେ ମୋତିଆବିନ୍ଦୁ ଏବଂ ଆଖିରେ ଶୁଷ୍କତା ଭଳି ସମସ୍ୟା ଦୂର ହୋଇଥାଏ । ସପ୍ତାହକୁ ଦୁଇଥର ମାଛ ଖାଇଲେ ଓମେଗା-୩ ଫ୍ୟାଟି ଏସିଡ଼୍ ଶରୀରକୁ ପର୍ଯ୍ୟାପ୍ତ ପରିମାଣରେ ମିଳିଥାଏ । ଯାହାଯୋଗୁଁ ଆଖିରେ ଶୁଷ୍କତା ଭଳି ସମସ୍ୟା କମ୍ ହେବାସହ ମାଂସପେଶୀ ମଜ୍ଭୁତ୍ ହୋଇଥାଏ ।
* ମାଛ ଖାଇବା ଦ୍ୱାରା ଶରୀରରେ କୁଞ୍ଚିତ ରେଖା ଦେଖାଯାଇନଥାଏ । ଯାହାଫଳରେ ବାର୍ଦ୍ଧକ୍ୟ ଜଲ୍ଦି ଆସିନଥାଏ । ଏହାସହ ଆମ ତ୍ୱଚ୍ୟକୁ ସୂର୍ଯ୍ୟକିରଣରୁ ହେଉଥିବା କ୍ଷତିରୁ ରକ୍ଷା କରିଥାଏ ।
* ମାଛରେ ଥିବା ଓମେଗା-୩ ଅବସାଦ ଓ ଚିନ୍ତା ଭଳି ସମସ୍ୟାକୁ ଦୂର କରିଥାଏ । ଏହାସହିତ ମାଛ ଛୋଟ ଶିଶୁଙ୍କର ସ୍ମରଣଶକ୍ତି ବୃଦ୍ଧି କରିବାରେ ସାହାଯ୍ୟ କରିଥାଏ ।
Prev Post
Next Post