ୟୁଟିଉବ୍‌ରେ ନିଶୁଲ୍‌କ ହେବ ଫିଲ୍ମ

0

ୟୁଟୁ୍ୟବ୍‌ରେ ଫିଲ୍ମ ଅପଲୋଡ କରି ଦେଖିବା ବର୍ତ୍ତମାନ କ୍ଷେତ୍ରରେ ନୂଆ ନୁହେଁ । ସାଧାରଣତଃ କିଛି ବିଶେଷ ଫିଲ୍ମ ଗୁଡିକ ଦେଖିବା ପାଇଁ କିଛି ମୂଲ୍ୟ ପଇଠ କରିବାକୁ ପଡିଥାଏ । କିନ୍ତୁ ବର୍ତ୍ତମାନ ୟୁଟୁ୍ୟବ୍‌ ଏକ ନିର୍ଦ୍ଦିଷ୍ଟ ସର୍ତ୍ତ ପରିବର୍ତ୍ତେ ନିଶ୍ଳìକ ସେବା ଯୋଗାଇଦେବ ବୋଲି ଘୋଷଣା କରିଛି । ସୂଚନାନୁସାରେ, ୟୁଟୁ୍ୟବ୍‌ରେ ଏକ ନୂଆ ଫିଚର ଯୋଡି ହେବାକୁ ଯାଉଛି ଯାହାଦ୍ୱାରା ବିନା ମୂଲ୍ୟରେ ସମ୍ପୂର୍ଣ୍ଣ ଫିଲ୍ମ ଦେଖାଯାଇପାରିବ । ଫିଚର ଟି ହେଉଛି ‘ଫ୍ରି ଟୁ ୱାଚ୍‌’ ବୋଲି ଜଣାପଡିଛି । ବ୍ୟବହାରକାରୀଙ୍କୁ ଏକ ନିର୍ଦ୍ଦିଷ୍ଟ ସର୍ତ୍ତ ମାନିବା ବାଧ୍ୟତାମୂଳକ ହୋଇପଡିଛି । ସର୍ତ୍ତଟି ହେଉଛି ଫିଲ୍ମ ଦେଖିବା ସମୟରେ ଯେଉଁ ସବୁ ଫ୍ଲିପ୍‌ ଆଡ୍‌ ଆସିବ ତାହା ଦେଖିବା ବାଧ୍ୟତାମୂଳକ ହୋଇଯାଇଛି । କୌଣସି ଉପରେ ଏହାକୁ କଟାଯାଇପାରିବ ନାହିଁ । ଫିଲ୍ମ ଦେଖିବା ସମୟରେ କେତୋଟି ଆଡ୍‌ ଆସିବ ଓ କେତେ ସମୟର ଆସିବ ତାହା ଆଗରୁ ଜଣାପଡିବ ନାହିଁ । ପୂର୍ଣ୍ଣରୂପେ ଟିଭିରେ ଫିଲ୍ମ ଦେଖିଲା ଭଳି ହୋଇଯିବ ବୋଲି ଜଣାପଡିଛି । ୟୁଟୁ୍ୟବ୍‌ ଏହି ଫିଚର ପାଇଁ ହଲିଉଡ୍‌ ଷ୍ଟୁଡିଓଜ୍‌ ସହ ଚୁକ୍ତି ସ୍ୱାକ୍ଷର କରାଇଛି । ବର୍ତ୍ତମାନ ପାଖାପାଖି ୧୦୦ ଟି ହଲିଉଡ୍‌ ଫିଲ୍ମ ଏଥିରେ ଉପଲବ୍ଧ ଥିବା ବେଳେ ବଲିଉଡ୍‌ ଫିଲ୍ମକୁ ଅନୁମୋଦନ କରାଯାଇନାହିଁ ।

Leave A Reply

Your email address will not be published.