ଓଡିଶାର ୯ଟି କେନ୍ଦ୍ରୀୟ ବିଦ୍ୟାଳୟର ୧୮୪ଟି ଶ୍ରେଣୀଗୃହ ସ୍ମାର୍ଟ୍ କ୍ଲାସ୍ ରୁମ୍ ହେବ : ଧର୍ମେନ୍ଦ୍ର ପ୍ରଧାନ

0

ଭୁବନେଶ୍ୱର,୨୫/୨: ଭୁବନେଶ୍ୱରଠାରେ ସୁନ୍ଦରଗଡ କୁତ୍ରା ଏବଂ କଟକ ମୁଣ୍ଡଳିରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ, କେନ୍ଦ୍ରୀୟ ବିଦ୍ୟାଳୟ ଗୁଡିକରେ ଓଏନଜିସି ସମର୍ଥିତ ସ୍ମାର୍ଟ ଶ୍ରେଣୀଗୃହ ପ୍ରକଳ୍ପର ଉଦଘାଟନ ଏବଂ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫାଠାରେ ମିଳିତ ପର୍ଯ୍ୟଟକ ସୁବିଧାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । କାର୍ଯ୍ୟକ୍ରମରେ ଯୋଗଦେଇ ସେ କହିଛନ୍ତି ଯେ, ଭୁବନେଶ୍ୱରରେ ଆଜି ଗୋଟେ ନୂଆ ଅଧ୍ୟାୟ ଶିକ୍ଷା ବ୍ୟବସ୍ଥାରେ ଯୋଡା ହୋଇପାରିଲା । ଗତବର୍ଷ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟର ନୂଆ ଭବନ ଲୋକାର୍ପଣ ଉତ୍ସବ ଅବସରରେ ଏହି କଳ୍ପନା କରାଯାଇଥିଲା । ଏଠିକାର ପିଲାମାନଙ୍କୁ ପାଇଲଟ ମୁଡରେ ଶତ ପ୍ରତିଶତ ସ୍ମାର୍ଟ କ୍ଲାସରୁମ ମାଧ୍ୟମରେ ପଢାଇବା ଏବଂ ଏହାଦ୍ୱାରା କେବଳ କୋର୍ସରେ ଥିବା ବିଷୟ ଗୁଡିକ ନୁହେଁ, ଅନେକ ନୂଆ ବିଷୟ ଗୁଡିକ ମଧ୍ୟ ଯୋଡାଯାଇପାରିବ । ଏହାର କଳ୍ପନା ସ୍ମାର୍ଟ କ୍ଲାସ ରୁମରୁ ଆରମ୍ଭ ହୋଇଥିଲା ବୋଲି ସେ କହିଛନ୍ତି ।

ସେ କହିଛନ୍ତି କି, ଭାରତ ସରକାରଙ୍କ ପେଟ୍ରୋଲିୟମ ବିଭାଗ ପ୍ରାୟ ୪ କୋଟି ଟଙ୍କା ଖର୍ଚ୍ଚ କରି କଟକ, ଭୁବନେଶ୍ୱର ଏବଂ ଖୋର୍ଦ୍ଧାରେ ୯ଟି ସ୍କୁଲରେ ଥିବା ସମସ୍ତ ୧୮୪ଟି ଶ୍ରେଣୀଗୃହ ଗୁଡିକୁ ସ୍ମାର୍ଟ କ୍ଲାସ ରୁମରେ ପରିଣତ କରିବାର ପ୍ରକ୍ରିୟା ଆଜି ଆରମ୍ଭ ହୋଇଛି । ଆଗାମୀ ଖୁବ୍ କମ ଦିନ ମଧ୍ୟରେ ଏହି ୧୮୪ଟି କ୍ଲାସ ରୁମ ସ୍ମାର୍ଟ କ୍ଲାସ ରୁମରେ ପରିଣତ ହେବ । ଏ କ୍ଲାସ ରୁମ ଗୁଡିକ ଛୋଟ ଛୋଟ ପିଲାମାନଙ୍କୁ ଆଧୁନିକ, ବୈଜ୍ଞାନିକ ଓ ସାଂପ୍ରତିକ ଶିକ୍ଷା ସହ ଯୋଡିବାର ଏକ ସଫଳ ପ୍ରୟାସ । ବିଶେଷ କରି କେନ୍ଦ୍ରୀୟ ବିଦ୍ୟାଳୟମାନଙ୍କରେ ପଢୁଥିବା ବିଭିନ୍ନ ଅର୍ଥନୈତିକ ଓ ସାମାଜିକ ବର୍ଗର ପିଲାମାନଙ୍କ ପାଇଁ ବହୁତ ବଡ ସହାୟକ ହେବ ।

ସେହିପରି ଶ୍ରୀ ପ୍ରଧାନ ସୁନ୍ଦରଗଡ ଜିଲ୍ଲାର କୁତ୍ରା ଏବଂ କଟକର ମୁଣ୍ଡଳି ଠାରେ କେନ୍ଦ୍ରୀୟ ବିଦ୍ୟାଳୟର ଭିତିପ୍ରସ୍ତର ସ୍ଥାପନ ମଧ୍ୟ କରିଛନ୍ତିା । ଏହି ଅବସରରେ ସେ କହିଛନ୍ତି ଯେ, ୩୩ କୋଟି ଟଙ୍କା ବ୍ୟୟବରାଦରେ ଦୁଇଟି ଭବ୍ୟ ସ୍କୁଲ ନିର୍ମାଣ ହେବ । ଏହା କେବଳ ସେ ଅଂଚଳର ପିଲା ନୁହେଁ ବରଂ ଓଡିଶାର ପିଲାଙ୍କୁ ପାଠ ପଢାରେ ବଡ ସହାୟକ ହେବ । ଏହା ବ୍ୟତିତ ଖଣ୍ଡଗିରି ଠାରେ ଭାରତୀୟ ପ୍ରତ୍ନତତ୍ୱ ବିଭାଗ(ଏଏସଆଇ) ତରଫରୁ ଅନେକ ଗୁଡିଏ ପର୍ଯ୍ୟଟନ କ୍ଷେତ୍ର ଗୁଡିକୁ ପ୍ରଖ୍ୟାତ ଦେଲା ଭଳି କାର୍ଯ୍ୟକ୍ରମକୁ ମଧ୍ୟ ଆରମ୍ଭ କରାଗଲା । ଐତିହାସିକ ଖଣ୍ଡଗିରି ଗୁମ୍ଫାରେ ଓଡିଶାର ପର୍ଯ୍ୟଟନ ବୃଦ୍ଧି କରିବା ପାଇଁ ଏପରି ପଦକ୍ଷେପ ପାଇଁ ସେ ଏଏସଆଇକୁ ଧନ୍ୟବାଦ ଜଣାଇଛନ୍ତି ।

Leave A Reply

Your email address will not be published.