ପ୍ରସ୍ତୁତି ସାମଗ୍ରୀ- ୫୦୦ଗ୍ରାମ୍ ଚାଉଳ, ୫ଟି ଅଣ୍ଡା, ୩ଗୋଟି ଆଳୁ, ୬ଟା ଲଙ୍କା, ୪ଖଣ୍ଡ ଡାଲଚିନି, ୪ଟା ଗୁଜୁରାତି, ୬ଟା ଲବଙ୍ଗ, ୪ଗୋଟି ପିଆଜ, ୬ପାଖୁଡ଼ା ରସୁଣ, ଅଳ୍ପ ଅଦା, ୬ଟା ଗୋଲମରିଚ, ୪ଚାମଚ ଘିଅ, ୧କପ୍ ରିଫାଇନ୍ ତେଲ, ୨ଟା ତେଜପତ୍ର ।
ପ୍ରଣାଳୀ-ଚାଉଳ ଭଲଭାବରେ ଝରା ଝରା ଭାତ ରାନ୍ଧି ରଖ;ୁ । ଅଣ୍ଡା ଏବଂ ଆଳୁକୁ ସିଝାଇଦେବେ । ଆଳୁର ଚୋପା ଛଡ଼ାଇ ୨ଖଣ୍ଡ କରି ରଖ;ୁ । ପିଆଜ ୨ଟା, ରସୁଣ, ଅଦା ଓ ଲଙ୍କାକୁ ବାଟିଦେବେ । ଡାଲିଚିନି, ଗୁଜୁରାତି, ଲବଙ୍ଗ ଗୋଲମରିଚକୁ ଗୁଣ୍ଡକରି ରଖ;ୁ । କରେଇରେ ତେଲ ଗରମ କରି ପିଆଜ ୨ଟିକୁ ପତଳା ପତଳା କାଟି ଲାଲକରି ଭାଜିଦେଇ କାଢିଦେବେ । ସେଇ ତେଲରେ ଅଣ୍ଡା ଏବଂ ଆଳୁକୁ ଲାଲକରି ଭାଜିଦେଇ ପିଆଜ ମସଲାଦେଇ ଅଣ୍ଡା ଓ ଆଳୁକୁ ଭଲଭାବେ କଷିଦେବ । ପାଣି ଦେବାକୁ ପଡ଼ିବ ନାହିଁ । ଘିଅରେ ଭାତକୁ ଭାଜିଦେଇ ଗରମ ମସଲା ଗୁଣ୍ଡ ଓ ପିଆଜ ଭଜା ମିଶାଇଦେବେ । ଗୋଟିଏ ଚଉଡ଼ା ମୁହଁ ବାଲା ପାତ୍ରରେ ମସଲା ଭାତ ରଖି ତା’ ଉପରେ ଅଣ୍ଡା ଏବଂ ଆଳୁ କଷା କିଛି ରଖ;ୁ । ତା’ପରେ ମସଲା ଭାତ ଏପରି ରଖିବେ । ଗରମ ଥିବା ଅବସ୍ଥାରେ ଢାଙ୍କୁଣୀ ଘୋଡ଼ାଇ ଦେଇ ୫ମିନିଟ୍ କମ୍ ଆଞ୍ଚରେ ରଖିବେ ।
Prev Post
Next Post