ଅଣ୍ଡା ସିଝାଇ ସାରିବା ପରେ ଯେଉଁ ପାଣି ରହିଯାଏ, ସେଥିରୁ ଗଛକୁ ପର୍ଯ୍ୟାପ୍ତ ପରିମାଣରେ ମିନେରାଲସ୍ ଓ କ୍ୟାଲସିୟମ ମିଳିଥାଏ । ଅନେକ ଏହି ପାଣିକୁ ଫିଙ୍ଗି ଦେଇଥାନ୍ତି । କି;ୁ ଏହା ଆମର ଅନେକ ଉପକାରରେ ଆସିଥାଏ । ବେଳେବେଳେ ଘରମାନଙ୍କରେ ରଖାଯାଇଥିବା ଗଛଗୁଡିକୁ ସିଧାସଳଖ ସୂର୍ଯ୍ୟକିରଣ ମିଳିପାରେନାହିଁ । ଏପରି ସ୍ଥିତିରେ ଅଣ୍ଡା ସିଝା ପାଣି ସେହି ଗଛମୂଳରେ ଦେଲେ ଏହା ଖୁବ୍ ଭଲ ବଢିପାରିବ । ଅଣ୍ଡା ସିଝା ପାଣିରେ ଅର୍ଗାନିକ କ୍ୟାଲସିୟମ ଥାଏ, ଯାହା ଗଛର ଚେରକୁ ଖୁବ୍ ମଜଭୁତ୍ କରେ । ସିଝାଇବା ବେଳେ ଅଣ୍ଡାରୁ ମିନେରାଲସ୍ ବାହାରି ସେହି ପାଣିରେ ମିଶିଥାଏ । ତେଣୁ ଏହା ଗଛ ପାଇଁ ଭଲ ଖତ ଭଳି ହୋଇଥାଏ । ଅତି କମ୍ରେ ମାସକୁ ଥରେ ଗଛରେ ଅଣ୍ଡା ସିଝା ପାଣି ଦେବା ଉଚିତ୍ । ଏହି ପାଣି ଥଣ୍ଡା ହେବା ପରେ ଗଛ ମୂଳରେ ଦେବା ଉଚିତ୍ । ଭିନ୍ନ ଭିନ୍ନ ରସାୟନଯୁକ୍ତ ସାର ଦେବା ଅପେକ୍ଷା ଅଣ୍ଡା ସିଝା ପାଣି ଗଛରେ ଦେଲେ ଅଧିକ ଉପକାର ମିଳିଥାଏ । ଏହା ପରିବେଶ ପ୍ରଦୁଷଣ ମୁକ୍ତ ମଧ୍ୟ କରିଥାଏ ।