ଆଇପିଏସ ସମ୍ମିଳନୀରେ ପୋଲିସ ଅଧିକାରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର, ୧୯/୧: ରାଜଧାନୀର ପୋଲିସ ଭବନରେ ତିନିଦିନ ଧରି ଚାଲିଥିବା ଆଇପିଏସ ସମ୍ମିଳନୀର ଆଜି ଶେଷ ଦିନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେଇ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ପ୍ରଦାନ କରିଛନ୍ତି । ସେ ଲୋକଙ୍କ ନିକଟତର ହେବା ସହ ସେମାନଙ୍କର ସମସ୍ୟାକୁ ବୁଝିବାକୁ ପରାମର୍ଶ ଦେଇଛନ୍ତି । ପୋଲିସ ଠାରୁ ଲୋକେ କଣ ଚାହୁଁଚନ୍ତି ସେଥିପ୍ରତି ପୋଲିସକୁ ଯତ୍ନବାନ ହେବାକୁ ମଧ୍ୟ ସେ ପରାମର୍ଶ ଦେଇଛନ୍ତି ।

ପୋଲିସମାନେ ବହୁତ କଠିନ ପରିସ୍ଥିତିରେ କାମ କରୁଥିବାରୁ ସେମାନଙ୍କୁ ଉତ୍ତମ ପରିବେଶ ଯୋଗାଇ ଦେବାକୁ ସରକାର ସର୍ବଦା ଚେଷ୍ଟିତ ବୋଲି ସମ୍ମିଳନୀରେ ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି । ହକି ବିଶ୍ୱକପକୁ ସଫଳତାର ସହ ପରିଚାଳନା କରିଥିବାରୁ କମିଶନରେଟ ପୋଲିସକୁ ବାହାବା ଦେଇଛନ୍ତି ନବୀନ । ଆଜି ଉଦଯାପନୀରେ ମୁଖ୍ୟମନ୍ତ୍ରୀ ‘ଆରକ୍ଷୀ ’ଆପର ଉଦଘାଟନ କରିଛନ୍ତି । ଏହି ଆପ ଜରିଆରେ ଲୋକମାନେ ଅନେକ ସୁବିଧା ପାଇପାରିବେ ।