ଭୁବନେଶ୍ୱର,୧୧/୩ : ନିର୍ବାଚନ ଆୟୋଗ ଗତକାଲି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରି ସାରିଥିଲେ ମଧ୍ୟ ଏହି ଆଦେଶକୁ ଠିକ ଭାବରେ ପାଳନ କରାଯାଇ ନାହିଁ । ଏହି ସମୟରେ ବିଜେଡି ବିରୋଧରେ ଆଚରଣ ବିଧି ଉଲ୍ଲଙ୍ଘନ ଅଭିଯୋଗ ଆଣିଛି ବିଜେପି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଥିବା ସୂଚନା ମିଳିଛି ।
ସୂଚନାଯୋଗ୍ୟ, ନିର୍ବାଚନ ଆୟୋଗ ଗତକାଲି ଠାରୁ ଆଦର୍ଶ ଆଚରଣ ବିଧି ଲାଗୁ କରିଛନ୍ତି । କିନ୍ତୁ ବିଜେଡି ଏହାର ଅବମାନନା କରିଥିବା ଦେଖାଯାଇଛି । ବିଜେଡି ବିରୋଧରେ ଏଭଳି ଏକ ଅଭିଯୋଗ ଆଣିଛି ବିଜେପି । ବିଜେପି କହିବା ଅନୁଯାୟୀ, ବିଭିନ୍ନ ରାସନ ଦୋକାନରେ ଏଲଇଡି ବଲବ ମିଳୁଛି । ବିଭିନ୍ନ ସ୍ଥାନରେ ସରକାରୀ ଯୋଜନା ସମ୍ପର୍କିତ ହୋଡିଂ ଲାଗିଛି । ସରକାରଙ୍କ ନାମରେ ପ୍ରଚାର କରାଯାଉଛି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ଏହି ଅଭିଯୋଗ କରାଯାଇଛି ।