ପୁଲଓ୍ବାମା ଆକ୍ରମଣର ମାଷ୍ଟରମାଇଣ୍ଡ ନିହତ

ଶ୍ରୀନଗର,୧୧/୩: ଜମ୍ମୁକଶ୍ମୀରରେ ପୁଲଓ୍ବାମା ତ୍ରାଲର ପିଙ୍ଗଲିସ୍‌ ଅଞ୍ଚଳରେ ରବିବାର ଠାରୁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ସର୍ଚ୍ଚ ଅପରେସନ ସହ ଲଗାତାର ଗୁଳିବର୍ଷଣ ଜାରି ରହିଛି। ଏହି ଗୁଳିବିନିମୟରେ ୩ ଆତଙ୍କବାଦୀ ନିହତ ହୋଇଥିବା ବେଳେ ଏଥିରେ ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣର ମାଷ୍ଟରମାଇଣ୍ଡ ବା ଜୈସ-ଇ-ମହମ୍ମଦର ଜିଲା କମାଣ୍ଡର ମୁଦ୍‌ସିର ଖାନ ଥିବା ଜଣାପଡିଛି। ଗତ ୨୧ ଦିନ ଭିତରେ ସ୍ଥାନୀୟ ଅଞ୍ଚଳରେ ସେନା ପକ୍ଷରୁ ୧୮ ଆତଙ୍କବାଦୀଙ୍କୁ କରାଯାଇଥିବା ସୂଚନା ମିଳିଛି। ସେନା ଓ ପୋଲିସର ମିଳିତ ଖବରଦାତା ସମ୍ମିଳନୀରେ ଲେଫ୍‌ଟେନାଣ୍ଟ ଜେନେରାଲ କେଜେଏସ୍‌ ଢିଲୋନ ଏନେଇ ସୂଚନା ଦେଇଛନ୍ତି। ଆତଙ୍କବାଦୀଙ୍କୁ ଶେଷ ନ କରିବା ପର୍ଯ୍ୟନ୍ତ ଆତଙ୍କବାଦୀଙ୍କ ବିରୋଧରେ ଏହି ଅଭିଯାନ ଜାରି ରହିବ ବୋଲି ସେ କହିଛନ୍ତି।