କେଶର ପ୍ରାକୃତିକ ଉପାୟରେ ଯନି ନେବାପାଇଁ ଆୟୁର୍ବେଦିକରେ ଅନେକ ଉପାୟ ରହିଛି । ଘନ କଳା ଏବଂ ଲମ୍ବା କେଶର ରହସ୍ୟ ହେଉଛି କେଶର ମୂଳକୁ ମିଳୁଥିବା ପୋଷକ ତ‰ । କେଶକୁ ପୋଷଣ କଲର, ଡ୍ରାଏ କିମ୍ବା ସାମ୍ପୁରୁ ମିଳିନଥାଏ । ବରଂ ଆର୍ୟୁବେଦିକ ଜଡିବୁଟିରୁ ବା ଆର୍ୟୁବେଦିକ ତେଲ କିମ୍ବା ସାମ୍ପୁରୁ ମିଳିଥାଏ । ତେବେ ଆସନ୍ତୁ ଜାଣିବା କେଶକୁ ମିଳୁଥିବା ଆର୍ୟୁବେଦିକ୍ ଚିକିସିା ଲାଭ ସମ୍ପର୍କରେ ।
ବ୍ରାହ୍ମୀ
ବ୍ରାହ୍ମୀପତ୍ର କିଛି ବାଟି ତା’ର ରସକୁ ମୁଣ୍ଡରେ ଲଗାଇ ୩୦ ମିନିଟ୍ ପରେ ଧୋଇ ନିଅନ୍ତୁ । ଏହା କରିବା ଦ୍ୱାରା କେଶ କଳା ହେବା ସହ ମୁଣ୍ଡ ଥଣ୍ଡା ରହିଥାଏ ।
ମନ୍ଦାର ଫୁଲ
ଚନ୍ଦାପଣ ସମସ୍ୟା ଥିଲେ ସେହି ସ୍ଥାନରେ ମନ୍ଦାର ଫୁଲ ବାଟି ଲଗାଇଲେ କେଶ ଉପୁଡିବା ବନ୍ଦ ହେଇଥାଏ ।
ଶିକାକାଇ
ମନ୍ଦାର ପତ୍ର ଓ ଶିକାକାଇ ପାଉଡର ମିଶାଇ ମୁଣ୍ଡ ଧୋଇବା ଦ୍ୱାରା କେଶ କଳା ହେବା ସହ ମୁଲାୟମ୍ ହୋଇଥାଏ ।
କଳା ରାଶି
କଳା ରାଶିର ତେଲକୁ ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଧଳା ହୋଇନଥାଏ ଏବଂ କେଶ ଘନ ହେବା ସହ କୋମଳ ହୋଇଥାଏ ।
ମରା ନଡିଆ ତେଲ
ନଡିଆ ତେଲରେ ଅଳ୍ପ ଲେମ୍ବୁ ରସ ଏବଂ କର୍ପୁର ମିଶାନ୍ତୁ । ଏହାକୁ ଦିନକୁ ଦୁଇଥର ମୁଣ୍ଡରେ ଲଗାଇବା ଦ୍ୱାରା କେଶ ଝଡିବା ବନ୍ଦ ହେବା ସହ କେଶ ମୂଳ ସୁଦୃଢ଼ ହୋଇଥାଏ । ଏହାଛଡା ବାଦାମ ତେଲକୁ କେଶରେ ଭଲ ଭାବେ ମାସିଲ୍ କରିବା ଉଚିତ ।