ଶରୀରକୁ ନିରୋଗ ରଖିବା ହେଉଛି ମନୁଷ୍ୟର ଧର୍ମ । ଆମେ ଖାଉଥିବା ଖାଦ୍ୟରେ ଥିବା ଅଦରକାରୀ ବସ୍ତୁ ସବୁ ଶରୀରରେ ଜମିରହି ବିଶାକ୍ତ ପଦାର୍ଥରେ ପରିଣତ ହୁଏ ଯାହା ଆମ ଶରୀରରେ ବିଭିନ୍ନ ପ୍ରକାର ରୋଗ ସୃଷ୍ଟି କରେ । ତେବେ ସମୟ ଥାଉ ଆପଣମାନେ ଏ ନେଇ ସଚେତନ ହେବା ନିହାତି ଦରକାର । ଶରୀରରେ ପ୍ରବାହିତ ରକ୍ତ ଓ ଯକୃତକୁ ଏହି ବିଷାକ୍ତ ପଦାର୍ଥରୁ ଦୂରେଇ ରଖିବ ସେ ନେଇ ଏକ ପାନୀୟ ବିଷୟରେ ଆମେ କହିବାକୁ ଯାଉଛୁ ଯାହାକୁ ଆପଣମାନେ ଘରେ ତିଆରି କରି ପିଇପାରିବେ ଓ ଯାହାକୁ ପ୍ରତିଦିନ ପାନ କରିବା ଦ୍ୱାରା ରକ୍ତ ପରିଷ୍କାର ରହିବା ସାଙ୍ଗକୁ ଦେହ ସୁସ୍ଥ ଓ ନିରୋଗ ରୁହେ । ତେବେ ଆସନ୍ତୁ ଜାଣିବା ଏହି ପାନୀୟ ବିଷୟରେ …
ପ୍ରସ୍ତୁତି ପ୍ରଣାଳୀ- ଡାଳଚିନି, ଜାଇଫଳ, ଅଦା, ହଳଦୀ ଗୁଣ୍ଡ ଓ ଗୋଲମରିଚକୁ ପାଣିରେ କିଛି ସମୟ ଫୁଟାଇବେ । ପାଣି ଫୁଟି ଅଧା ହୋଇଗଲା ପରେ ତାକୁ ଅନ୍ୟ ଏକ ପାତ୍ରକୁ ଛାଣିଦେବେ । ଏହାପରେ ସେଥିରେ ଦୁଇ ଚାମଚ ଲେମ୍ବୁ ରସ ମିଶାଇ ଦୈନିକ ସକାଳେ ଓ ସଞ୍ଜେ ପିଇବେ । ଏମିତି କିଛି ଦିନ ଏହି ପାନୀୟ ପିଇବା ଦ୍ୱାରା ଆମ ଶରୀରରେ ପ୍ରବାହିତ ରକ୍ତ ସଫା ରହିବା ସାଙ୍ଗକୁ ଶରୀରର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇବ ।
Prev Post
Next Post