ମହାକାଳପଡ଼ା, ୨୨/୦୪ : ମହାକାଳପଡ଼ା ଥାନା ଅଧୀନ ଜlଲକଣା ଗାଁ ରେ ଘରୋଇ ଟିଉସନ ସାର ଙ୍କ ନାବାଳିକା ଛାତ୍ରୀଙ୍କୁ ଯୌନନିର୍ଯ୍ୟାତନା ନେଇ ପରିବାର ପକ୍ଷରୁ ଛାତ୍ରୀଙ୍କ ମା ଥାନାରେ ଅଭିଯୋଗ କରିଛନ୍ତି l ସୋମବାର ଘଟଣା ଘଟିଥିଲେ ଵି ମଙ୍ଗଳବାର ଥାନାରେ ଅଭିଯୋଗ ହୋଇଛି l ଅଭାବନୀୟ ଘଟଣାଟି କେବଳ ଛାତ୍ରୀ ଓ ଟିଉସନ ସାର ଙ୍କ ଭିତରେ ସୀମିତ ନୁହେଁ ପାରିବାରିକ ସମ୍ପର୍କ ଭିତରେ ଘଟିଛି l ସମାଜରେ ଏଭଳି ଘଟଣା କୁ ତୀବ୍ର ନିନ୍ଦା କରାଯାଥିବା ପକ୍ଷେ ଶିକ୍ଷା କ୍ଷେତ୍ର ରେ ଏଭଳିଘଟଣା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି l ପୋଲିସ ୧୨୦/୨୬ମୂଳେ ମାମଲା ରୁଜୁ କରି ଅଧିକ ଅନୁସନ୍ଧାନ ଜାରି ରଖିଥିବା ବେଳେ ଯୌନ ନିର୍ଯ୍ୟାତନା ଅଭିଯୋଗ ଅନୁଯାୟୀ ପ୍ରକାଶ ମହାପାତ୍ର ଙ୍କୁ କୋର୍ଟ ଫରୱାର୍ଡ କରିଛି l