ମହାକାଳପଡା, ୨୨/୦୪ : ମଙ୍ଗଳ ବାର ନିଖିଳ ଓଡିଶା ଶିକ୍ଷକ ଓ କର୍ମଚାରୀ ପେନସନର୍ସ ମହାସଙ୍ଘ,ମହାକାଳପଡା ବ୍ଲକ ଶାଖା ତରଫରୁ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କ ଉଦେଶରେ ୧୧ ଦଫା ଦାବି ସମ୍ବଳିତ ସ୍ମାରକପତ୍ର ପ୍ରଦାନ କରାଯାଇଛି l ୨୦୨୫ଡ଼ିସେମ୍ବର ୩୧ ପୂର୍ବରୁ ଅବସର ନେଇଥିବା ସମସ୍ତ ପେନସନରଙ୍କୁ ଅଷ୍ଟମ ବେତନ ଲାଗୁକରିବା,ଏନପିଏସ /ୟୁପିଏସ କୁ ବାତିଲ କରି ପୁରୁଣା ପେନସନଲାଗୁ କରିବା l କୋଭିଡି ସମୟରେ ବକେୟା ୧୮ ମାସର ମହଙ୍ଗା ଭତ୍ତା ତୁରନ୍ତ ପ୍ରଦାନ କରିବା, ଅର୍ଥ ଆଇନୀ (ଭାଲିଡେସନଆକ୍ଟ)ଅବିଳମ୍ବେ ପ୍ରତ୍ୟାହାର କରିବା, କାମୁଟେସନ ଦେୟର ଅବଧି ୧୫ବର୍ଷ ପରିବର୍ତ୍ତେ ୧୦ ବର୍ଷ ୮ମାସକୁ ହ୍ରାସ କରିବା lପୂର୍ବଭଳି ରେଳ ଯାତ୍ରାରେ ରିହାତି ପ୍ରଦାନ କରିବା, କେନ୍ଦ୍ରଅନୁରୂପ ରାଜ୍ୟ ପେନସଅର୍ସ ମାନଙ୍କୁ କ୍ୟାସଲେସ ସ୍ୱାସ୍ଥ୍ୟ ବୀମା ୬୦ ବର୍ଷରୁ ଲାଗୁକରିବା lଶ୍ରମିକ କର୍ମଚାରୀ ବିରୋଧୀ ୪ ଟି ଶ୍ରମକୋଡ଼କୁ ବାତିଲି କରିବା, ଘରୋଇ କରଣ ବନ୍ଦ କରିବା,ଖାଲି ଥିବା ପଦବୀରେ ସ୍ଥାୟୀ ନିଯୁକ୍ତି ଦେବା l୬୫ ବର୍ଷରୁ ଅତିରିକ୍ତ ପେନସନଲାଗୁ କରିବା, କେନ୍ଦ୍ର ଅନୁରୂପ ସର୍ବନିମ୍ନ ପେନସନ ୯୦୦୦/ଟଙ୍କା ଲାଗୁକରିବା, ୫୦%ପ୍ରତିଶତ ଡ଼ିଅରନେସ ରିଲିଫ (ଟିଆଇ )ବେସିକ ପେନସନରେ ମିଶ୍ରଣ କରିବା lନୂତନ ଶିକ୍ଷାନୀତି ୨୦୨୦ କୁ ବାତିଲ କରିବା ଓ ପେନସନ ଉପରୁ ଆୟକର କାଟିବା ବନ୍ଦ କରିବା ଆଦି ଦାବିପତ୍ର ମହାକାଳପଡା, ବିଡ଼ିଓ ଙ୍କ ଙ୍କ ଜରିଆରେ ପ୍ରଦାନ କରାଯାଇଛି lଦାବି ପତ୍ର ପ୍ରଦାନ ସମୟରେ ମହାସଙ୍ଘର ରାଜ୍ୟ ମହାସଚିବ ନରୋତ୍ତମ ପାର୍ଥସାରଥୀ, ମହାକାଳପଡା ବ୍ଲକର ସଭାପତି ନିରାକାର ଜେନା, ସମ୍ପାଦକ ପିତାମ୍ବର ମଲ୍ଲ, ଉପଦେଷ୍ଠା ନାରାୟନ ପ୍ରସାଦ ପଣ୍ଡା, ବିଦ୍ୟୁତ କୁମାର ଖୁଣ୍ଟିଆ, ରାମଚନ୍ଦ୍ର ରାଉତ, ଅଜୟ କୁମାର ପରିଡା, କ୍ଷୀରୋଦ ଚନ୍ଦ୍ର ପ୍ରଧାନ ରଘୁନାଥ ସାହୁ, ପ୍ରଫୁଲ୍ଲ କୁମାର ପ୍ରଧାନ, ରତ୍ନାକର ରାଉତରାୟ କେଶବ ଚନ୍ଦ୍ର ପରମାଣିକ,ରାଜେନ୍ଦ୍ର ପ୍ରସାଦ ଚୌଧୁରୀ ଅକ୍ଷୟ କୁମାର ରାଉତରାୟ ପ୍ରଭୃତି ଉପସ୍ଥିତ ରହି ବ୍ଲକ ଅଫିସ କାର୍ଯ୍ୟାଳୟ ସମ୍ମୁଖରେ ଏକ ବିକ୍ଷୋଭ ସଭା କରିଥିଲେ l ନିରାକର ଜେନା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା ସରକାରଜଦି ପେନସନର ଙ୍କ ଦାବି ଅବିଳମ୍ବେ ପୂରଣ ନକରନ୍ତି ଆଗାମୀ ଦିନରେ ସଙ୍ଘତରଫରୁ ରାଜ୍ୟବ୍ୟାପି ଆନ୍ଦୋଳନହେବ ବୋଲି ରାଜ୍ୟ ମହାସଚିବ ନରୋତ୍ତମ ପାର୍ଥସାରଥୀକହିଛନ୍ତି l