ଏପ୍ରିଲ ୨୦ ପରେ କଣ ଖୋଲା ରହିବ, କେଉଁଠି ରହିବ କଟକଣା

ଭୁବନେଶ୍ୱର, ଏପ୍ରିଲ ୧୯: ଭାରତରେ କରୋନାସ୍ଥିତି ଜଟିଳ ହେବାରେ ଲାଗିଛି । ମହାମାରୀ କରୋନା ଦେଶରେ ବ୍ୟାପୁଥିବା ନଜରରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶକୁ ମେ’ ୩ ଯାଏଁ ସମ୍ପୂର୍ଣ୍ଣ ଲକ୍ ଡାଉନ୍ ଘୋଷଣା କରିଛନ୍ତି । ଏହି ସମୟ ପାଇଁ ଆଜି କେନ୍ଦ୍ର ସ୍ବରାଷ୍ଟ୍ର ବିଭାଗର ନିର୍ଦ୍ଦେଶ ପରେ ରାଜ୍ୟ ସରକାରଙ୍କ ରାଜସ୍ବ ବିଭାଗ ବିସ୍ତୃତ ଗାଇଡଲାଇନ ଜାରି କରିଛି। ଏହି ସମୟରେ କେଉଁ କାମ ହେବ କେଉଁ କାମ ହେବନି ତା ଉପରେ ପକାନ୍ତୁ ନଜର,

୧. ଟ୍ରେନ୍ ଯୋଗେ ଯାତ୍ରୀ ପରିବହନ ବନ୍ଦ୍ ରହିବ, କେବଳ ମାଲଗାଡି ଖୋଲା ରହିବ

୨. ସବୁ ସିନେମା ହଲ୍ , ସୁଇମିଂ ପୁଲ, ଜିମ୍, ସବୁ ଧାର୍ମିକ ପୀଠ

ବନ୍ଦ୍

୩.କଣ୍ଟନମେଣ୍ଟ ଅଞ୍ଚଳ ଗୁଡିକରେ କଡ଼ାକଡ଼ି ପାଳନ ହେବ ନିୟମ

୪. ସମସ୍ତ ସାମାଜିକ ଓ ରାଜନୈତିକ ଏବଂ ଧାର୍ମିକ କାର୍ଯ୍ୟକ୍ରମ ବନ୍ଦ୍

୫. କରୋନା ହଟସ୍ପୋଟ ଅଞ୍ଚଳ ଗୁଡିକରେ ପ୍ରତିଷେଧକ ଗ୍ରହଣ ପାଇଁ ରାଜ୍ୟ ସରକାର ଦାୟିତ୍ୱ ନେବେ

୬.କଣ୍ଟନମେଣ୍ଟ ଅଞ୍ଚଳ ଗୁଡିକରେ ଅତ୍ୟାଶ୍ୟକୀୟ ସାମଗ୍ରୀ ପହଞ୍ଚାଇ ଦିଆଯିବ

୭. ଶବ ସତ୍କାର ବେଳେ ୨୦ ଅଧିକ ଲୋକ ଏକାଠି ହେବେନାହି

୮. ଯାତ୍ରୀବାହୀ ବସ୍ ଚଳାଚଳ ବନ୍ଦ ରହିବ

୯. ଧାର୍ମିକ ସ୍ଥାନକୁ ସର୍ବସାଧାରଣ ଦର୍ଶନ ବନ୍ଦ୍

୧୦. ଲକ୍ ଡାଉନ୍ ବେଳେ ଖୋଲା ରହିବ ଫଳ ପରିବା ଓ ମେଡ଼ିସିନ୍ ଦୋକାନ

୧୧. ମାଛ, ମାଂସ, ରାସନ ଦୋକାନ ଖୋଲା ରହିବ

୧୨. ବ୍ୟାଙ୍କ୍, ATM, ଖୋଲା ରହିବ

୧୩. ପ୍ରିଣ୍ଟ ଓ ଇଲେକ୍ଟ୍ରୋନିକ୍ସ ମିଡ଼ିଆ ଖୋଲା ରହିବ

୧୪. ସମସ୍ତ ଆନ୍ତର୍ଜତୀୟ ଓ ଘରୋଇ ବିମାନ ଉଡାଣ ବନ୍ଦ୍

୧୫. ଇ commerce , ପେଟ୍ରୋଲ ପମ୍ପ, ଆଦି ଖୋଲା ରହିବ

୧୬.ସମସ୍ତ ଶିକ୍ଷାନୁଷ୍ଠାନ, ତାଲିମ୍ ଓ ପ୍ରଶିକ୍ଷଣ କେନ୍ଦ୍ର ବନ୍ଦ

୧୭.ଅନୁମିତି ମିଳିଥିବା ଭୋଜନାଳୟକୁ ଛାଡ଼ି ସମସ୍ତ ହୋଟେଲ୍ ଓ ରେସ୍ତରାଁଗୁଡ଼ିକ ବନ୍ଦ

୧୮.ରୋଗୀ ଓ ସ୍ବାସ୍ଥ୍ୟ କର୍ମୀମାନଙ୍କ ପରିବହନକ ଛଡ଼ା କୌଣସି ସ୍ଥାନରେ ଅଟୋ ରିକ୍ସା କିମ୍ବା ଟାକ୍ସି ଗାଡ଼ି ଚାଲିବ ନାହିଁ

SBI AD