କେଜରିୱାଲଙ୍କୁ ପୁଣି ଥରେ ହତ୍ୟା ଧମକ

ନୂଆଦିଲ୍ଲୀ,୨୧/୧ : ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲଙ୍କୁ ପୁଣି ଥରେ ହତ୍ୟା ଧମକ ମିଳିଛି । ଦିଲ୍ଲୀ ପୁଲିସ ଏହାର ସୂଚନା ଦେଇଛନ୍ତି । ପୁଲିସ ନିକଟରୁ ମିଳିଥିବା ସୂଚନା ଅନୁଯାୟୀ, କେଜରିୱାଲଙ୍କ ଜଣେ ବ୍ୟକ୍ତିଗତ ସୁରକ୍ଷା ଅଧିକାରୀଙ୍କୁ ଏକ ଫୋନ ଆସିଥିଲା ।

ଫୋନ କରିଥିବା ବ୍ୟକ୍ତି ଜଣକ ଅଧିକାରୀଙ୍କୁ କହିଥିଲା କି, ସେ ବିକାସପୁରୀରେ ରହୁଛି ଏବଂ ଦିଲ୍ଲୀର ମୁଖ୍ୟମନ୍ତ୍ରୀଙ୍କୁ ଆକ୍ରମଣ କରିବେ । ଅଧିକାରୀଙ୍କୁ ଏହି ଫୋନ ଆସିବା ପରେ ଦିଲ୍ଲୀ ପୁଲିସ ନିକଟରେ ଅଭିଯୋଗ କରାଯାଇଥିଲା । ତେବେ ପୁଲିସ ଏବେ ଯାଂଚ୍ କରିବା ଆରମ୍ଭ କରି ଦେଇଛି ।

ପୁଲିସ କହିବା ଅନୁଯାୟୀ, ଯେଉଁ ବ୍ୟକ୍ତି କଲ କରିଥିଲେ ଏବଂ ଯେଉଁ ନମ୍ବରରୁ ଫୋନ ଆସିଥିଲା ତାହା ବିଷୟରେ ଏପର୍ଯ୍ୟନ୍ତ କୌଣସୀ ସୂଚନା ମିଳି ନାହିଁ । କାରଣ କୌଣସୀ କଲର ଆଇଡି ଇନଷ୍ଟଲ ହୋଇ ନାହିଁ ।