ଭୁବନେଶ୍ୱର,୧୩/୨: କୋଷ୍ଟାଲ ହାଇେୱେ ନିର୍ମାଣ ନେଇ ରାଜ୍ୟ ସରକାର ଆଜି ସମୀକ୍ଷା କରିଛନ୍ତି । ଆଜି ସଚିବାଳୟରେ ଏନେଇ ଉଚ୍ଚସ୍ତରୀୟ ଆଲୋଚା ହୋଇଛି । ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦଙ୍କ ଅଧ୍ୟକ୍ଷାରେ ଏନଏଚଏଆଇର କର୍ତ୍ତୃପକ୍ଷଙ୍କ ସହ ବିସ୍ତୃତ ଆଲୋଚନା ହୋଇଥିଲା । କେନ୍ଦ୍ର ପ୍ରସ୍ତାବରେ ଓଡ଼ିଶା ସରକାର ସହମତି ପ୍ରକାଶ କରୁ ନାହାଁନ୍ତି ବୋଲି ପୂର୍ତ୍ତ ବିଭାଗ ସଚିବ ନୀଳିନୀ କାନ୍ତ ପ୍ରଧାନ ବୈଠକ ପରେ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ଏନଏଚଏଆଇ ଦେଇଥିବା ପ୍ରସ୍ତାବକୁ ଗ୍ରହଣ କରୁନାହାନ୍ତି ରାଜ୍ୟ ସରକାର । NHAIର ପୂର୍ବରୁ ଥିବା ସାତପଡ଼ାରୁ ପୁରୀ ରାସ୍ତାରେ ହାଇେୱେ କରିବାକୁ ଇଚ୍ଛୁକ ଅଛନ୍ତି ସରକାର । ହେଲେ ପ୍ରସ୍ତାବିତ କୋଣାର୍କ-ଅସ୍ତରଙ୍ଗ କୋଷ୍ଟାଲ ହାଇେୱେ ୧୦ କି.ମି. ଦୂର ହେଉଥିବାରୁ ରାଜ୍ୟ ସହମତି ପ୍ରକାଶ କରୁ ନାହିଁ ବୋଲି ସଚିବ କହିଛନ୍ତି ।
ତେଣୁ ଆଉଥରେ ଏହାର ରୁପରେଖ ପାଇଁ ଏନଏଚଏଆଇକୁ କହୁଯାଇଛି । ସେହିପରି ଚିଲିକା ମଧ୍ୟରେ ଦୁଇଟି ସିଗନେଚର ବ୍ରିଜ ନିର୍ମାଣ କରାଯିବାକୁ ମଧ୍ୟ ଯୋଜନା କରାଯାଇଛି । ଏଥିରେ ପରିବେଶର ଯେପରି କିଛି କ୍ଷତି ନହୁଏ ସେଥିପାଇଁ ମଧ୍ୟ ଧ୍ୟାନ ଦିଆଯାଉଛି ।