ଆଜି ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଅନ୍ତିମ ମ୍ୟାଚ

ନୂଆଦିଲ୍ଲୀ, ୧୭/୧୦ : ଭାରତ ଓ ୱେଷ୍ଟଇଣ୍ଡିଜ୍‌ ମଧ୍ୟରେ ଚାଲିଥିବା ୫ ମ୍ୟାଚ ବିଶିଷ୍ଟ ଟି୨୦ ଶୃଙ୍ଖଳାର ଅନ୍ତିମ ମ୍ୟାଚ ଶନିବାର ବେଙ୍ଗାଲୁରୁର ଏମ୍‌ ଚିନ୍ନାସ୍ବାମୀ ଷ୍ଟାଡ଼ିୟମରେ ଖେଳାଯିବ। ବର୍ତ୍ତମାନ ଶୃଙ୍ଖଳା ୨-୨ ସ୍ଥିତିରେ ରହିଛି। ଶେଷ ମ୍ୟାଚ ଶୃଙ୍ଖଳା ନିର୍ଣ୍ଣାୟକ କରିବ। ଏହି ଦୃଷ୍ଟିରୁ ଉଭୟ ଦଳ ପାଇଁ ଉକ୍ତ ମ୍ୟାଚ ଗୁରୁତ୍ବପୂର୍ଣ୍ଣ ହୋଇଛି। ପ୍ରଥମ ୪ଟି ମ୍ୟାଚ ମଧ୍ୟରୁ ୩ଟି ମ୍ୟାଚରେ ବଡ଼ ସ୍କୋର ହୋଇଛି। ବେଙ୍ଗାଲୁରୁରେ ମଧ୍ୟ ବଡ ସ୍କୋର ନେଇ ଆଶା କରାଯାଉଛି। ଶ୍ରେୟସ ଆୟରଙ୍କ ନେତୃତ୍ବାଧୀନ ଭାରତ ପ୍ରଥମ ମ୍ୟାଚକୁ ୮ ୱିକେଟରେ ଜିତିଥିବାବେଳେ ଦ୍ବିତୀୟ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍‌ ୬ ୱିକେଟରେ ଜିତି ପ୍ରତ୍ୟାବର୍ତ୍ତନ କରିଥିଲା। ୩ୟ ମ୍ୟାଚକୁ ଭାରତ ୧୪ରନରେ ଜିତିଥିବାବେଳେ ଚତୁର୍ଥ ମ୍ୟାଚକୁ ୱେଷ୍ଟଇଣ୍ଡିଜ୍‌ ୨୪ରନରେ ଜିତି ୨-୨ ବରାବର କରିଛି। ଶୃଙ୍ଖଳାର ପ୍ରଥମ ମ୍ୟାଚକୁ ଛାଡ଼ିଦେଲେ ଶେଷ ୩ଟି ଯାକ ମ୍ୟାଚରେ ବଡ୍‌ ସ୍କୋର ହୋଇଛି। ଭାରତର ବ୍ୟାଟିଂ ବିଭାଗକୁ ଦେଖିବାକୁ ଗଲେ ଅଧିନାୟକ ଶ୍ରେୟସ ଆୟର ଗୋଟିଏ ଶତକ ସହ ୧୫୯ରନ , ତିଲକ ବର୍ମା ୧୧୫ରନ, ଅଭିଷେକ ଶର୍ମା ୧୩୯ରନ, ସଞ୍ଜୁ ସାମସନ ଦୁଇଟି ଅର୍ଦ୍ଧଶତକ ସହ ୧୫୨ ରନ ଓ ଈଶାନ କିଷନ ୧୨୩ରନ କରିଛନ୍ତି। ନମନ ଧିର ସେଭଳି ଉଲ୍ଲେଖନୀୟ ପ୍ରଦର୍ଶନ କରିପାରିନାହାନ୍ତି। ନୀତିଶ କୁମାର ରେଡ୍ଡି ଶେଷ ମ୍ୟାଚରେ ୪୧ରନ କରିଥିଲେ। ବ୍ୟାଟିଂ କ୍ରମରେ ଭାରତ କୌଣସି ପରିବର୍ତ୍ତନ କରିବାର ଆଶା କରାଯାଉନାହିଁ। ଭାରତୀୟ ବୋଲିଂ ବାହିନୀ ଶେଷ ୩ଟି ଯାକ ମ୍ୟାଚ​‌େ​‌ର ଅତ୍ୟନ୍ତ ଦୁର୍ବଳ ପ୍ରଦର୍ଶନ କରିଛି। ଅର୍ଶଦୀପ ସିଂହ ଓ ମୟଙ୍କ ଯାଦବ ୫ଟି ଲେଖାଏଁ ୱିକେଟ ନେଇଥିଲେ ମଧ୍ୟ ମହଙ୍ଗା ସାବ୍ୟସ୍ତ ହେଉଛନ୍ତି। ପ୍ରିନ୍‌ସ ଯାଦବ ​‌େ​‌ଶଷ ମ୍ୟାଚରେ ଓଭରରେ ୩୬ରନ ଦେଇ ଗୋଟିଏ ୱିକେଟ ନେଇଥି​‌େ​‌ଲ। ଅର୍ଶଦୀପ ଶେଷ ମ୍ୟାଚରେ ଆହତ ହୋଇଥିଲେ। ସେ ଖେଳିବା ନେଇ ଆଶଙ୍କା ରହିଛି। ଦଳରେ ସାମିଲ ହୋଇଥିବା ଭୁବନେଶ୍ବର କୁମାର ଶେଷ ମ୍ୟାଚରେ ଖେଳିବାର ଯଥେଷ୍ଟ ସମ୍ଭାବନା ରହିଛି। ସ୍ପିନର ଭାବେ ଅକ୍ଷର ପଟେଲ ଓ ନମନ ଧୀର ଦାୟିତ୍ବ ତୁଲାଉଛନ୍ତି। ଶେଷ ମ୍ୟାଚରେ ନୀତିଶ କୁମାର ରେଡ୍ଡିଙ୍କୁ ସୁଯୋଗ ମିଳିଥିଲା। ନୀତିଶ ୩ ଓଭର ବୋଲିଂ କରି ୩୯ରନ ବ୍ୟୟ କରିଥିଲେ। ଭାରତ ବୋଲିଂ ବିଭାଗକୁ ନେଇ ଚିନ୍ତାରେ ରହିଛି। ବିଶେଷ କରି ୱେଷ୍ଟଇଣ୍ଡିଜ୍‌ ବ୍ୟାଟ୍‌ସମ୍ୟାନ ସୈ​‌ ହୋପ ଓ ସିରିଫାନେ ରୁଦରଫୋର୍ଡ ଭାରତୀୟ ବୋଲରଙ୍କ ପାଇଁ ଚିନ୍ତା ବଢାଇ ଦେଇଛନ୍ତି। ହୋପ୍‌ ଓ ରୁଦରଫୋର୍ଡଙ୍କୁ ରୋକିବା ଲାଗି ପାଇଁ ଭାରତକୁ ସ୍ବତନ୍ତ୍ର ରଣନୀତି କରିବାକୁ ପଡ଼ିବ।