ଗୃହ ମନ୍ତ୍ରୀ ହେଲେ ଅମିତ ଶାହା

ନୂଆଦିଲ୍ଲୀ,୩୧/୫ : ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଦାୟିତ୍ୱ ତୁଲେଇଥିବା ଅମିତ ଶାହା ଏବେ ନରେନ୍ଦ୍ର ମୋଦୀ ସରକାରଙ୍କ ୨.୦ରେ ଗୃହ ବିଭାଗ ଦାୟିତ୍ୱରେ ଅଛନ୍ତି । ତେବେ ସେ ଏବେ ବିଜେପି ଅଧ୍ୟକ୍ଷ ପଦରେ ଅଛନ୍ତି । କିନ୍ତୁ ଖୁବ୍ ଶୀଘ୍ର ସମ୍ବିଧାନ ଅନୁସାରେ ସେ ଏହି ପଦବୀରି ଇସ୍ତଫା ଦେବାକୁ ଯାଉଛନ୍ତି । ତାଙ୍କର ଆସନ୍ତା ଦାୟିତ୍ୱ ଗୃହମନ୍ତ୍ରୀ ରହିବ । ଏହା ପୂର୍ବରୁ ସେ ଗୁଜୁରାଟରେ ଗୃହ ବିଭାଗ ଚଳାଇ ଆସିଛନ୍ତି । ଏହି ପଦବୀ ଅଧୀନରେ ଥିବା କାମକୁ ସେ ବେଶ୍ ଭଲ ଭାବରେ ଜାଣିଛନ୍ତି । ତାଙ୍କ ପୂର୍ବରୁ ଏହି ପଦବୀରେ ରାଜନାଥ ସିଂହ ଥିଲେ । କିନ୍ତୁ ଚଳିତ କାର୍ଯ୍ୟକାଳରେ ଏହି ବିଭାଗ ଅମିତ ଶାହାଙ୍କୁ ଦିଆଯାଇଛି । ସେ ଜଣେ ମଜବୁତ ଗୃହମନ୍ତ୍ରୀ ହୋଇ ପାରିବେ ବୋଲି ସମସ୍ତଙ୍କର ଆଶା ରହିଛି । ତେବେ ଗୃହ ମନ୍ତ୍ରୀ ହେବା ପରେ ସେ ପ୍ରଥମେ ଏହି ସବୁ ଦିଗ ଉପରେ ଧ୍ୟାନ ଦେବେ ।